Tue. Mar 11th, 2025

ପ୍ରତିଶୋଧ: ଆମେରିକା ଏୟାରବେସ ଉପରେ ଇରାନର ମିସାଇଲ ମାଡ଼

By amfnews Jan 8, 2020 #Featured
200 Views

ତେହେରାନ: ମେଜର ଜେନେରାଲ କସିମ ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ପଣ କରିଥିବା ଇରାନ ଏବେ ପ୍ରକ୍ରିୟା ଆରମ୍ଭ କରିଛି। ଗତକାଲି ବିଳମ୍ବିତ ରାତିରେ ଇରାନ ପକ୍ଷରୁ ଇରାକରେ ଥିବା ଆମେରିକାର ୨ଟି ଏୟାରବେସ ଉପରେ ମିସାଇଲ ମାଡ଼ କରାଯାଇଛି।

ମିସାଇଲ ମାଡ଼କୁ ଆମେରିକା ସ୍ୱୀକାର କରିଥିଲେ ହେଁ ଏଯାଏ କ୍ଷୟକ୍ଷତିର ରିପୋର୍ଟ ପ୍ରକାଶ କରିନାହିଁ। ସେହିପରି ଇରାନର ଏଭଳି ଜବାବୀ ହମଲା ପରେ ଆମେରିକା ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଜବାଜ ହେଉଛି।

ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଆମେ ମିସାଇଲ ମାଡ଼ର କ୍ଷୟକ୍ଷତି ଆକଳନ କରୁଛୁ। ଇରାନ ୧୨ରୁ ଅଧିକ ବାଲାଷ୍ଟିକ ମିସାଇଲ ଇରାକରେ ଥିବା ଆମେରିକା ଓ ଏହାର ସହଯୋଗୀ ସେନା ବାହିନୀ ବେସ ଉପରେ ମାଡ଼ କରିଛି। ଅଇନ ଅଲ ଆସଦ ଓ ଅରବିଲରେ ଥିବା ଏୟାର ବେସ୍‌ ଉପରେ ହିଁ ଏଭଳି ମିସାଇଲ ମାଡ଼ ହୋଇଛି। ଇରାନ ବାରମ୍ବାର ଯୁଦ୍ଧ ଧମକ ଦେଉଥିବାରୁ ଆମେ ଆମେରିକାର ସବୁ ବେସ୍‌ରେ ହାଇଆଲର୍ଟ ଜାରି କରାଯାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୧୮ ଡିସେମ୍ବର ମାସରେ ଏହି ସେନା ବେସକୁ ଯାଇଥିଲେ। ଆଜିର ମିସାଇଲ ମାଡ଼ ପରେ ସେ କହିଛନ୍ତି, “ଏବେ କ୍ଷୟକ୍ଷତିର ଆକଳନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସବୁ କିଛି ଠିକ ଅଛି। ଅଲ ଇଜ୍‌ ୱେଲ।”

ଇରାନର ସ୍ଥାନୀୟ ଟିଭି ଚ୍ୟାନେଲ ଖବର ପ୍ରକାଶ କରିଛି ଯେ ଗତ ସପ୍ତାହରେ ଆମେରିକା ଡ୍ରୋନ ଦ୍ୱାରା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ହତ୍ୟା କରିଥିଲା। ଏହାର ବଦଲା ନେବାକୁ ଇରାନ ପକ୍ଷରୁ ଏଭଳି ହମଲା କରାଯାଇଛି। ଇରାନର ରେଭ୍ୟୁଲେସନାରୀ ଗାର୍ଡ ପକ୍ଷରୁ କୁହାଯାଇଛି ଯେ ଅଇନ ଅଲ ଅସାଦ ବେସ୍‌ରେ ମିସାଇଲ ମାଡ଼ ହୋଇଛି। ଯଦି ଏବେ ପୁଣିଥରେ ଆମେରିକା କାଉଣ୍ଟର ଆଟାକ କରେ, ତା’ହେଲେ ଆମେ ଏହାଠାରୁ ଆହୁରି ବଡ଼ଧରଣର ହମଲା କରିବୁ। ଇରାକରେ ଥିବା ସମସ୍ତ ସୈନ୍ୟକୁ ୱାଶିଂଟନ ତୁରନ୍ତ ଫେରାଇ ନେଇଯାଉ। କାରଣ ଆମେ ଚାହୁଁନାହୁଁ ଯେ ଅଯଥାରେ ଆମେରିକା ସୈନ୍ୟମାନେ ସେଠାରେ ପ୍ରାଣ ହରାନ୍ତୁ।

By amfnews

Related Post