Fri. Apr 11th, 2025

ପ୍ରତିଦିନ ପାଉଁରୁଟି ଖାଇବା ଦ୍ୱାରା କ୍ୟାନସର ହୋଇପାରେ

By amfnews Sep 4, 2018 #Featured
388 Views

ଭୁବନେଶ୍ୱର, ସେପ୍ଟେମ୍ବର ୪

ଆମେ ସମସ୍ତେ ସାଧାରଣତଃ ସକାଳ ଜଳଖିଆ ଭାବରେ  ହେଉ ବା  ଦେହ ଖରାପ ହେଲେ ପାଉଁରୁଟି ଖାଇଥାଉ ।  କିନ୍ତୁ ଆମକୁ ଜଣା ନାହିଁ ଯେ, ଆମ ଅଜାଣତରେ ଆମେ ଯାହା ଖାଉଛୁ ପରବର୍ତୀ ସମୟରେ ଆମେ ରୋଗକୁ ଡାକୁଛେ ।  ଏହାକୁ ନିୟମିତ ଖାଦ୍ୟରେ ପରିଣତ କଲେ ଶରୀରକୁ ବହୁତ କ୍ଷତି ହୋଇଥାଏ। ବିଶେଷ କରି କୋଲନ କ୍ୟାନସର ପାଇଁ ଦାୟୀ ତତ୍ତ୍ୱ ପାଉଁରୁଟିରୁ ମିଳିଥାଏ । ଫଳରେ ଲୋକମାନଙ୍କର ଅକାଳରେ ମୃତ୍ୟୁ ଘଟିଥାଏ।

ଏକ ତଥ୍ୟ ଅନୁସାରେ ପାଉଁରୁଟିରୁ ଟାଇଟେନିୟମ ଡାଇଅକସାଇଡ୍‌ ନାମକ ତତ୍ତ୍ୱ ମିଳିଥାଏ ଯାହା ଇନଷ୍ଟାଇନର ସେଲ ଷ୍ଟ୍ରକଚର ସହ ଯୋଡି ହୋଇ ରହିଥିବା କୋଷିକା ଗୁଡିକୁ ନଷ୍ଟ କରି ଦେଇଥାଏ। କୋଷିକା ନଷ୍ଟ ହେବା ଫଳରେ ଆମର ପାଚକ ତନ୍ତ୍ର ନଷ୍ଟ ହୋଇଯାଇଥାଏ। ଫଳରେ ସଂକ୍ରମିତ ରୋଗ ବ୍ୟାପିବାରେ ଆଶଙ୍କା ବଢ଼ିଯାଇଥାଏ। ଯାହା ପରବର୍ତ୍ତୀ ସମୟରେ କ୍ୟାନସରରେ ପରିଣତ ହୋଇଥାଏ।

ପାଉଁରୁଟିରୁ ଟାଇଟେନିୟମ ଡାଇଅକସାଇଡ୍ ତତ୍ତ୍ୱ ମିଳିଥାଏ। ଏହି ତତ୍ତ୍ୱର ପ୍ରଭାବରେ ପାଉଁରୁଟି ପ୍ରତିଦିନ ଖାଇବାକୁ ଇଚ୍ଛା ହୋଇଥାଏ। ଏହାକୁ ପ୍ରତିଦିନ ଖାଇଲେ କ୍ୟାନସର ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ।

ଆମେ ପ୍ରତିଦିନ ଯେଉଁ ପାଉଁରୁଟି ଖାଉଛେ ସେଥିରେ କ’ଣ ମିଶୁଛି ତାହା ଆମେ କେହି ଠିକ୍ରେ ଜାଣୁନାହୁଁ । ଏହି ପାଉଁରୁଟି କେହି ପରିକ୍ଷା ମଧ୍ୟ କରୁନାହାଁନ୍ତି କି ଏହା ଆମ ଶରୀର ପାଈଁ ଉପଯୁକ୍ତ କି ଅନୁପଯୁକ୍ତ । ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ଡାକ୍ତରଙ୍କ ପରିକ୍ଷା ଓ ପରାମର୍ଶ କ୍ରମେ ଖାଇବା ଉଚିତ ।

By amfnews

Related Post