Sat. Mar 7th, 2026

ପ୍ରତି ମାସରେ ନିର୍ମାଣ ହେବ ୨୦୦୦ କି.ମି. ଗ୍ରାମ ସଡ଼କ

390 Views

ଭୁବନେଶ୍ବର : ଗତ ଆର୍ଥିକ ବର୍ଷରେ ଗ୍ରାମ ସଡ଼କ ନିର୍ମାଣକୁ ତ୍ବରାନ୍ବିତ କରିବା ପାଇଁ ମାସକୁ ୨୦୦୦ କି.ମି. ନୂଆ ରାସ୍ତା ନିର୍ମାଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ସଚିବାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମାସକୁ ୨୦୦୦ କି.ମି. ନୂଆ ରାସ୍ତା ନିର୍ମାଣ କରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ୨ୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ(ଡିପିଆର)କୁ ଅନୁମୋଦନ ଦିଆଯାଇଥିଲା। ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଡ. ମୋନା ଶର୍ମା ସୂଚନା ଦେଇ କହିଥିଲେ, ୨ୟ ପର୍ଯ୍ୟାୟରେ କେବଳ ପୂର୍ବରୁ ଥିବା ରାସ୍ତାର ଉନ୍ନତୀକରଣ ହୋଇପାରିବ। ତଦନୁଯାୟୀ ୪୪୦୪ କି.ମି. ରାସ୍ତାର ଉନ୍ନତୀକରଣ ନିମନ୍ତେ ଅଗ୍ରାଧିକାର ତାଲିକା ପ୍ରସ୍ତୁତ କରାଯାଇଥିଲା। ୨୦୨୦ ମାର୍ଚ ସୁଦ୍ଧା ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ। ସୂଚନାନୁସାରେ ଗ୍ରାମ ସଡ଼କ ଯୋଜନାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୪୮୪୫୨ କି.ମି. ରାସ୍ତା ଏବଂ ୨୪୧ଟି ପୋଲ ନିର୍ମାଣ ସରିଛି। ଏ ବାବଦରେ ଅକ୍ଟୋବର ମାସ ଶେଷସୁଦ୍ଧା ୨୦୮୯୨ କୋଟି ବିନିଯୋଗ କରାଯାଇଛି। ଚଳିତ ବର୍ଷ ଆହୁରି ୧୦ ହଜାର କି.ମି. ସଡ଼କ ନିର୍ମାଣ ଲକ୍ଷ୍ୟ ନେଇ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି।

By amfnews

Related Post