Mon. Dec 23rd, 2024

ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଦେଶବ୍ୟାପୀ ସାତ ଦିନିଆ ରାଷ୍ଟ୍ରୀୟ ଶୋକ, ଅର୍ଦ୍ଧ ନମିତ ହେଲା ତ୍ରିରଙ୍ଗା

By amfnews Sep 1, 2020 #Featured
159 Views

ନୂଆଦିଲ୍ଲୀ, ସେପ୍ଟେମ୍ୱର ୧ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମ୍ମାନାର୍ଥେ କେନ୍ଦ୍ର ସରକାର 7 ଦିନିଆ ଜାତୀୟ ଶୋକ ଘୋଷଣା କରିଥିବାବେଳେ ରାଷ୍ଟ୍ରପତି ଭବନ ଏବଂ ସଂସଦ ଗୃହର ପତାକାକୁ ଅର୍ଦ୍ଧ ନମିତ କରାଯାଇଛି । ସୂଚନାଯୋଗ୍ୟ ଯେ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗତକାଲି ସୋମାବାର ଦିନ ସାମରିକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ଅଗଷ୍ଟ 10 ତାରିଖ ତାଙ୍କ ସ୍ୱାସ୍ଥବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଥିଲା । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ଅନୁସାରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

By amfnews

Related Post