Sun. Nov 24th, 2024

ପ୍ରଚାର ଓ ପ୍ରସାର ଦିଗରେ ହ୍ୱାଟ୍ସଆପ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି – ବିଧାୟକ : ରଘୁନଥପାଲି ବିଜେଡି ପକ୍ଷରୁ ହ୍ୱାଟ୍ସଆପ୍ କର୍ମଶାଳା

rklsanchar@gmail.com' By J.N. Pradhan Jul 11, 2018 #Featured
249 Views

ରାଉରକେଲା, ୧୧/୭ : ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଜନକଲ୍ୟାଣ ଯୋଜନା ଓ ବିଜେଡିର ଦୈନନ୍ଦିନ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ଦିଗରେ ହ୍ୱାଟ୍ସଆପ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରଘୁନାଥପାଲି ବିଧାୟକ ତଥା ସୁନ୍ଦରଗଡ ଜିଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇ ମତବ୍ୟକ୍ତ କରିଛନ୍ତି । ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ସେକ୍ଟର-୨ ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ନଗର ସଭାପତି ସୁଧୀର ସୁନ୍ଦରରାୟଙ୍କ ଅଧ୍ୟକ୍ଷତାରେ ପ୍ରଚାର ଓ ପ୍ରସାର ଦିଗରେ ହ୍ୱାଟ୍ସଆପ୍ ଭୂମିକାକୁ ନେଇ ଏକ କର୍ମଶାଳାର ଆୟୋଜନ ହୋଇଥିଲା ।

ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ତରାଇ କହିଲେ ଯେ, ରାଜ୍ୟର ସମୃଦ୍ଧି ବିଜେଡିର ପ୍ରମୁଖ ଲକ୍ଷ୍ୟ । ଜନସାଧାରଣଙ୍କ ସ୍ୱାର୍ଥ, ସୁରକ୍ଷା ଓ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଲୋକାଭିମୁଖୀ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଛି । କିନ୍ତୁ ସଚେତନତା ଅଭାବରୁ ସେଗୁଡିକ କେତେକ କ୍ଷେତ୍ରରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ôଚବା ପାଇଁ ପ୍ରତିବନ୍ଧକ ସୃଷ୍ଟି ହେଉଛି । ସମ୍ପ୍ରତି ପ୍ରତ୍ୟେକ ଦିନ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ, ସୂଚନା, ଘଟଣାବଳୀ ଓ ଦଳୀୟ କାର୍ଯ୍ୟକ୍ରମର ସୂଚନା ହ୍ୱାଟ୍ସଆପ୍ ମାଧ୍ୟମରେ ଅବିଳମ୍ବେ ପାଇପାରିବେ ଓ ନିଜେ ସଚେତନ ହେବା ସହ ଅନ୍ୟଙ୍କୁ ସଚେତନ କରାଇପାରିବେ ସେ ସମ୍ପର୍କରେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ ।

ଏହି କର୍ମଶାଳାରେ ରାଜ୍ୟ ବିଜେଡି ମୁଖ୍ୟାଳୟରୁ ନିଯୁକ୍ତ ସୋସିଆଲ ମିଡିଆ ପ୍ରବୀଣ ଶ୍ରୀନିତିନ ଜୀ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଲେ ଯେ, ରାଜ୍ୟର ପ୍ରଗତି ଓ ଜନସାଧାରଣଙ୍କ ହିତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ନେତୃତ୍ୱରେ ବିଜେଡି ନେତୃତ୍ୱାଧିନ ସରକାର ଅନେକ ଜନକଲ୍ୟାଣ ଯୋଜନା ବିଗତ ବର୍ଷରେ କାର୍ଯ୍ୟକାରୀ କରିଛନ୍ତି । ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ଆଗାମୀ ଦିନରେ ଅନେକ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ସେ ସମସ୍ତ ସୂଚନା କିପରି ହ୍ୱାଟ୍ସଆପ୍ ମାଧ୍ୟମରେ ନିଜେ ଅବଗତି ହେବା ସହ ଦଳୀୟ ସଦସ୍ୟ ତଥା ଜନସାଧାରଣଙ୍କୁ ଜଣାଇପାରିବେ ସେ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ।

ଆୟୋଜିତ କର୍ମଶାଳାରେ ବିଜେଡି ରାଜ୍ୟ ସମ୍ପାଦକ କମଳାକାନ୍ତ ନାୟକ, ଦୁଷ୍ମନ୍ତ ପାତ୍ର, ପ୍ରିୟବ୍ରତ ଭଞ୍ଜ, ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି ରାଣାପ୍ରତାପ ସିଂ, ରଘୁନାଥପାଲି ବିଜେଡି ସଭାପତି ମନୋଜ ବେହେରା ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସେକ୍ଟର, ବିଭିନ୍ନ ବସ୍ତି କମିଟି କର୍ମକର୍ତ୍ତା, ସଦସ୍ୟଙ୍କ ସମେତ ଯୁବ ଛାତ୍ର, ମହିଳା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । କର୍ମଶାଳା ଆୟୋଜନରେ ଦଳର ବରିଷ୍ଠ ସଦସ୍ୟ ବଂଶୀଧର ପରିଡା, ଗଣେଶ୍ୱର ରାୟ, ପ୍ରହ୍ଲାଦ ନାୟକ, ସତ୍ୟାନନ୍ଦ ବେହେରା, ପ୍ରମୋଦ ଦାସ, ବିକାଶ ଚୌଧୁରୀ, ସତ୍ୟନାରାୟଣ ସାହୁ, ଭୂଷଣ ସେଠୀ, ଶଙ୍କର ବିଶ୍ୱାଳ, ସୌଭାଗ୍ୟ ଦାସ, ପ୍ରଶାନ୍ତ ବିହାରୀ, ସୁବ୍ରତ ସାହୁ, ସ୍ମୃତିରଞ୍ଜନ ଦାସ, ରାଘବେନ୍ଦ୍ର ଠାକୁର ବିରେନ୍ଦ୍ର ସ୍ୱାଇଁ ପ୍ରମୁଖ ସକ୍ରିୟ ଯୋଗ କରିଥିଲେ ।

Related Post