Fri. Mar 6th, 2026

ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ, ବାଜି ମାରିନେଲେ ଛାତ୍ରୀ

372 Views

ଭୁବନେଶ୍ବର, ସେପ୍ଟେମ୍ବର ୦୫ : ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚଳିତ ବର୍ଷର ପରୀକ୍ଷାଫଳ ଘୋଷଣା କରିଛନ୍ତି।

ଏଥର ପରୀକ୍ଷାଫଳ ଅନୁସାରେ ପୁଅମାନଙ୍କୁ ଝିଅମାନେ ବହୁ ପଛରେ ପକାଇ ଦେଇଛନ୍ତି। ପରୀକ୍ଷା ଦେଇଥିବା ପୁଅମାନଙ୍କ ମଧ୍ୟରେ ମାତ୍ର ୫୭.୫୩ ପ୍ରତିଶତ ପାସ୍ କରିଥିବାବେଳେ ଝିଅମାନଙ୍କର ପାସହାର ୭୫.୪୮ ରହିଛି। ବରଗଡ଼ ଜିଲ୍ଲାରେ ପାସହାର ସବୁଠୁ ଅଧିକ ଥିବାବେଳେ ନବରଙ୍ଗପୁରରେ ପାସ୍ ହାର ସର୍ବନିମ୍ନ ରହିଛି।

ସେହିପରି ଧନ୍ଦାମୂଳକ ପରୀକ୍ଷାର ହାର ୫୭.୫ ପ୍ରତିଶତ ରହିଛି। ସେଭିତରୁ ୫୮୫ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବାବେଳେ ୧୩୨୭ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି।

ସୂଚନାଯୋଗ୍ୟ, ଏବର୍ଷ ୨,୧୯,୭୧୬ ଜଣ ପିଲା ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ୬୭.୫୬ ପ୍ରତିଶତ ପିଲା ପାସ୍ କରିଛନ୍ତି। ସେ ଭିତରୁ ୨୨,୧୯୬ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହିତ ୨୬,୦୨୭ ଜଣ ଦ୍ୱିତୀୟ ଶ୍ରେଣୀ ଓ ୧ ଲକ୍ଷ ୧୦୧ ଜଣ ପିଲା ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ପିଲାମାନେ ମଧ୍ୟ ଅନଲାଇନ୍ ଜରିଆରେ ସେମାନଙ୍କର ରେଜଲ୍ଟ ଜାଣିପାରିବେ। ସେମାନଙ୍କର ରୋଲ୍ ନମ୍ବର ଓ ଆବଶ୍ୟକୀୟ ତଥ୍ୟ ଦେଇ www.orissaresults.nic.in ଜରିଆରେ ନିଜର ରେଜଲ୍ଟ ଜାଣିପାରିବେ।

By amfnews

Related Post