Sun. Jun 8th, 2025

ପ୍ରକାଶ ପାଇଲା ଆସାମର ଏନଆରସି ଚୂଡାନ୍ତ ତାଲିକା

By amfnews Aug 31, 2019 #Featured
187 Views

ନୂଆଦିଲ୍ଲୀ  : ପ୍ରକାଶ ପାଇଲା ଆସାମର ଏନଆରସି ଚୂଡାନ୍ତ ତାଲିକା | ତାଲିକାରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୦୦୪ ଜଣ ବ୍ୟକ୍ତି ଯୋଗ୍ୟତା ହାସଲ କରିଥିବାବେଳେ ୧୯ ଲକ୍ଷ ୬ ହଜାର ୬୫୭ ଜଣ ନାଗରିକ ତାଲିକାରୁ ବାଦ ପଡିଛନ୍ତି | ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଏବେ ମୋଦୀ ସରକାରଙ୍କ ଆଉ ଏକ ବଡ଼ ନିଷ୍ପତ୍ତି କାର୍ଯ୍ୟକାରୀ କରିଛନ୍ତି । ଆସାମରେ ଭାରତୀୟ ଏବଂ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରୁଥିବା ଜାତୀୟ ନାଗରିକ ରେଜିଷ୍ଟର (ଏନ୍‌ଆର୍‌ସି)କୁ ଆଜି ପ୍ରକାଶ କରାଯାଇଛି | ଆସାମ ବାସିନ୍ଦା ଇଣ୍ଟରନେଟ୍‌ ମାଧ୍ୟମରେ ନିଜ ନାଗରିକତା ସ୍ଥିତି ଜାଣିପାରିବେ। ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକା ପ୍ରକାଶ ଦୃଷ୍ଟିରୁ ରାଜ୍ୟବ୍ୟାପି ସୁରକ୍ଷା କଡ଼ାକଡ଼ି କରାଯାଇଛି।

ଅନେକ ସମ୍ବେଦନଶୀଳ ଅଂଚଳରେ ଆଜି ୧୪୪ ଧାରା ଜାରି କରାଯାଇଛି। କେନ୍ଦ୍ର ସରକାର ରାଜ୍ୟକୁ ୨୦ ହଜାର ଅତିରିକ୍ତ ଅର୍ଦ୍ଧସାମରିକ ଯବାନ ପଠାଇଛନ୍ତି। ଗୌହାଟୀ ଏବଂ ବାଂଲାଦେଶର ସୀମାବର୍ତ୍ତୀ ଜିଲ୍ଲାରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଛି। ରାଜ୍ୟର ମୂଳ ବାସିନ୍ଦାଙ୍କୁ ବେଆଇନ ବାଂଲାଦେଶୀ ନାଗରିକଙ୍କଠାରୁ ସୁରକ୍ଷା ଦେବା ଦିଗରେ ଏନ୍‌ଆର୍‌ସି ନିର୍ଣ୍ଣାୟକ ଭୂମିକା ନେବ ବୋଲି କୁହାଯାଇଛି। ଗତ ବର୍ଷ ପ୍ରକାଶ ପାଇଥିବା ଏନ୍‌ଆର୍‌ସିର ପ୍ରଥମ ତାଲିକାରେ ୪୧ ଲକ୍ଷ ଲୋକଙ୍କୁ ବାଦ୍ ଦିଆଯାଇଥିଲା।

ଏହି ୪୧ ଲକ୍ଷ ଲୋକଙ୍କ ମଧ୍ୟରୁ ଯେଉଁମାନେ ପୁନଃ ଯାଞ୍ଚ ପାଇଁ ଆବେଦନ କରିଥିଲେ ସେମାନଙ୍କ ସଂପର୍କରେ ଯାଞ୍ଚ ଶେଷ କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି | ତେବେ ଯେଉଁମାନଙ୍କର ନାମ ଚୂଡ଼ାନ୍ତ ତାଲିକାରେ ମଧ୍ୟ ନଥିବ ସେମାନଙ୍କୁ ମଧ୍ୟ ପୁଣି ଥରେ ନିଜ ନାଗରିକତାର ପ୍ରମାଣ ଦେବାକୁ ସୁଯୋଗ ଦିଆଯିବ ବୋଲି କୁହାଯାଇଛି। ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇନଥିବା ଲୋକଙ୍କୁ ପୁଣି ଆବେଦନ କରିବା ପାଇଁ ୧୨୦ ଦିନ ପର୍ଯ୍ୟନ୍ତ ସମୟ ଦିଆଯିବ।

By amfnews

Related Post