Tue. Dec 24th, 2024

ପ୍ରକଳ୍ପରେ ଥିବା ସୂଚନା ଲିଭା ଯାଇ ନଥିବା ବେଳର ଫଟୋ ଖବର ସହ ଯାଇଛି । ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଗ୍ରାମବାସୀ ,ପ୍ରତିକାର ନହେଲେ ଆନ୍ଦୋଳନ

By amfnews Nov 24, 2018 #Featured
268 Views

ଯାଜପୁର,୨୪/୧୧ : ରାଜ୍ୟ ସରକାର ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ନିର୍ଭର ପ୍ରତିଶୃତି ଦେଇଛନ୍ତି । ତଦନୁସାରେ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ନିର୍ମିତ ହୋଇଛି । ହେଲେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏବଂ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ପାଇଁ ଲୋକେ ପିଇବାକୁ ପାଣି ପାଉ ନାହାନ୍ତି । ଏଥିପାଇଁ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ପାଣି ପାଇଁ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଥିନେଇ ୧୫ ଦିନ ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଲୋକେ ବିଭାଗୀୟ ଅଧିକାରୀଙ୍କ ସମ୍ମୁଖରେ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ।

ଖବରରୁ ପ୍ରକାଶ, ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ପଂଚାୟତର ବ୍ରହ୍ମପୁର ୱାର୍ଡ ନଂବର-୧୧ ଦଳେଇ ସାହିର ଅଧିବାସୀଙ୍କ ପାଇଁ ପାନୀୟ ଜଳ ଯୋଗାଇବା ପାଇଁ ଏକ ପ୍ରକଳ୍ପ ନିର୍ମାଣ କରାଯାଇ ଥିଲା । ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ତରଫରୁ ନିର୍ମିତ ହୋଇଥିବା ଏହି ପ୍ରକଳ୍ପ ପାଇଁ ୨୦୧୬/୧୭ ଆର୍ôଥକ ବର୍ଷରେ ୧ ଲକ୍ଷ ୭୫ ହଜାର ଟଙ୍କା ବ୍ୟୟ କରାଯାଇ ଥିଲା । ବ୍ରହ୍ମପୁର ୱାର୍ଡ ନଂବର—୧୧ ଦଳେଇ ସାହି ପାଇଁ ନିର୍ମିତ ହୋଇଥିବା ଏହି ପ୍ରକଳ୍ପଟି କିନ୍ତୁ ଏହି ସାହି ଭିତରେ ନିର୍ମାଣ ହୋଇନାହିଁ । ପ୍ରକଳ୍ପଟି ଦଳେଇ ସାହିରୁ ୫୦୦ ମିଟର ଦୂରରେ କରାଯାଇଛି । ଏପରିକି ଦଳେଇ ସାହି ଭିତରେ ଗୋଟିଏ ହେଲେ ପାଣିଟ୍ୟାପ କରାଯାଇ ନାହିଁ । ଦଳେଇ ସାହି ୫୦୦ ମିଟର ଦୁରରେ କରାଯାଇଥିବା ପାନୀୟ ଜଳ ପ୍ରକଳ୍ପ ନିକଟରେ ମାତ୍ର ୩୦ ମିଟର ବ୍ୟବଧାନ ଭିତରେ ଦୁଇଟି ଟ୍ୟାପ ନିର୍ମାଣ ହୋଇଥିବା ବେଳେ ସେଥିରୁ ଦଳେଇ ସାହିର ଲୋକେ ପାଣି ପାଇବାର ସମ୍ବାବନା ନାହିଁ ।

ବ୍ରହ୍ମପୁର ଦଳେଇସାହିରେ ଦୁଇଟି ଟ୍ୟୁୱେଲ ଥିବା ବେଳେ ଗୋଟିଏ ଟ୍ୟୁୱେଲରୁ ଗୋଳିଆ ପାଣି ବାହାରୁ ଥିବା ବେଳେ ଅନ୍ୟ ଗୋଟିଏ ଟ୍ୟୁୱେଲରୁ ଆଇରନ ପାଣି ବାହାରୁଛି । ପ୍ରତିଟି ଟ୍ୟୁୱେଲର ପାଣି ପ୍ରତି ବର୍ଷ ପରୀକ୍ଷା ହୋଇ ପାନୀୟ ଉପଯୋଗୀ କରିବାର ନିୟମ ଥିବା ବେଳେ ଏଠାରେ ବିଭାଗ ଏହାକୁ ସଂପୂର୍ଣ୍ଣ ଅଣଦେଖା କରାଯାଉଛି । ଏଠାରେ ଏହି ପରୀକ୍ଷା କେବଳ କାଗଜ କଲମରେ କରାଯାଇଛି । ଏଥିପାଇଁ ଲୋକେ ନିକଟସ୍ଥ ନଦୀ ଜଳ ଉପରେ ନିର୍ଭର କରୁଛନ୍ତି । ଏଥିପାଇଁ ଅନେକ ଥର ମଧ୍ୟ ଦୂଷିତ ପାଣି ପିଇବା ଫଳରେ ଏହି ଗାଁରେ ଝାଡାବାନ୍ତି ମଧ୍ୟ ବ୍ୟାପୁଛି ବୋଲି ଧରଣୀଧର ଦଳାଇ, ଦଃୁଶାସନ ଦଳାଇ ପ୍ରମୁଖ ଅଭିଯୋଗ କରିଛନ୍ତି ।

ଦଳେଇ ସାହି ଟ୍ୟୁୱେଲ ଗାଁ ବାହାରେ କରାଯିବା, ଗାଁ ଭିତରକୁ ଟ୍ୟାପ କରାନଯିବା ପ୍ରତିବାଦରେ ଗାଁ ଲୋକଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି କହିଛନ୍ତି ସନ୍ତୋଷ ଦଳାଇ ଓ ବଟକୃଷ୍ଣ ଦଳାଇ । ଏଥିନେଇ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରାନଗଲେ ବାଧ୍ୟହୋଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏଥିନେଇ ସ୍ଥାନୀୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନଥିଲେ । ଅପରନ୍ତୁ ପ୍ରକଳ୍ପ ସମ୍ମୁଖରେ ଥିବା ସୂଚନାକୁ ଲିଭାଇ ଦିଆଯିବା ଘଟଣା ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି ।

By amfnews

Related Post