Tue. Dec 24th, 2024

ପୋଲାଣ୍ଡରୁ ଆସିଲା ପ୍ରେମର ବାର୍ତ୍ତା : ଫେସବୁକରେ ପ୍ରେମିକ ପାଇଁ ବିଦେଶିନୀ ଓଡ଼ିଆରେ କହିଲେ, ମୁଁ ତୁମକୁ ଭଲ ପାଏ, ଭେଟିବାକୁ ଆସୁଛି ଭୁବନେଶ୍ୱର !

By amfnews Dec 29, 2018 #Featured
329 Views

ଭୁବନେଶ୍ବର : ଜଣେ ବିଦେଶୀନିଙ୍କ ପ୍ରେମ ନିବେଦନ ଏବେ ଚର୍ଚ୍ଚାରେ । ଆଉ ଚର୍ଚ୍ଚାର କାରଣ ହେଲା ପ୍ରେମ ନିବେଦନ କରାଯାଇଛି ଓଡ଼ିଆ ଭାଷାରେ । ଜଣେ ଓଡ଼ିଆ ବ୍ୟକ୍ତିଙ୍କ ପ୍ରେମରେ ପଡ଼ିଥିବା ପୋଲାଣ୍ଡ ଯୁବତୀ ଏକ ଭିଡିଓ ସୁଟ୍ କରି ପ୍ରେମ ନିବେଦନ କରୁଛନ୍ତି । କହୁଛନ୍ତି- ‘ମୁଁ ତୁମକୁ ଭଲ ପାଏ । ମୁଁ ତୁମକୁ ଭେଟିବା ପାଇଁ ଆସୁଛି ଭୁବନେଶ୍ୱର ।’ ମାସେରୁ ଅଧିକ ସମୟ ଧରି ସୋସିଆଲ ମିଡ଼ିଆରେ ଯୋଗାଯୋଗରେ ରହିବା ପରେ ଓଡ଼ିଆ ବ୍ୟକ୍ତି ଜଣକ ତାଙ୍କୁ ପ୍ରପୋଜ୍ କରିଥିଲେ ବୋଲି ଏହି ଭିଡିଓରେ ଦାବି କରୁଛନ୍ତି ଏହି ପୋଲାଣ୍ଡ ପ୍ରେମିକା ।

ପୋଲାଣ୍ଡରୁ ଆସିଲା ପ୍ରେମର ବାର୍ତ୍ତା : ଫେସବୁକରେ ପ୍ରେମିକ ପାଇଁ ବିଦେଶିନୀ ଓଡ଼ିଆରେ କହିଲେ, ମୁଁ ତୁମକୁ ଭଲ ପାଏ, ଭେଟିବାକୁ ଆସୁଛି ଭୁବନେଶ୍ୱର
ଭୁବନେଶ୍ବର : ଜଣେ ବିଦେଶୀନିଙ୍କ ପ୍ରେମ ନିବେଦନ ଏବେ ଚର୍ଚ୍ଚାରେ । ଆଉ ଚର୍ଚ୍ଚାର କାରଣ ହେଲା ପ୍ରେମ ନିବେଦନ କରାଯାଇଛି ଓଡ଼ିଆ ଭାଷାରେ । ଜଣେ ଓଡ଼ିଆ ବ୍ୟକ୍ତିଙ୍କ ପ୍ରେମରେ ପଡ଼ିଥିବା ପୋଲାଣ୍ଡ ଯୁବତୀ ଏକ ଭିଡିଓ ସୁଟ୍ କରି ପ୍ରେମ ନିବେଦନ କରୁଛନ୍ତି । କହୁଛନ୍ତି- ‘ମୁଁ ତୁମକୁ ଭଲ ପାଏ । ମୁଁ ତୁମକୁ ଭେଟିବା ପାଇଁ ଆସୁଛି ଭୁବନେଶ୍ୱର ।’ ମାସେରୁ ଅଧିକ ସମୟ ଧରି ସୋସିଆଲ ମିଡ଼ିଆରେ ଯୋଗାଯୋଗରେ ରହିବା ପରେ ଓଡ଼ିଆ ବ୍ୟକ୍ତି ଜଣକ ତାଙ୍କୁ ପ୍ରପୋଜ୍ କରିଥିଲେ ବୋଲି ଏହି ଭିଡିଓରେ ଦାବି କରୁଛନ୍ତି ଏହି ପୋଲାଣ୍ଡ ପ୍ରେମିକା ।

ଫେସବୁକରେ ଫ୍ରେଣ୍ଡସିପ୍, ଚାଟିଙ୍ଗ ଆଉ ତା’ ପରେ ଧୀରେ ଧୀରେ ପ୍ରେମ । ଆଉ ଏବେ ଫେସବୁକରେ ପ୍ରେମିକକୁ ନ ପାଇ ବ୍ୟାକୁଳ ହେଉଛନ୍ତି ପ୍ରେମିକା । ଓଡିଆ ପୁଅର ପ୍ରେମ ପାଇଁ ଭୂବନେଶ୍ୱର ଆସୁଛନ୍ତି ଏବେ ପୋଲାଣ୍ଡ ପ୍ରେମିକା । ସୋସିଆଲ ମିଡିଆରେ ପୋଲାଣ୍ଡ ଯୁବତୀଙ୍କ ଭାଇରାଲ ଏକ ଭିଡିଓରୁ ଏହା ଜାଣିବାକୁ ମିଳିଛି । ଫେସବୁକରେ ପୋଲାଣ୍ଡ ଝିଅକୁ ଓଡିଆ ଯୁବକ ଜଣକ ପ୍ରେମ ନିବେଦନ କରିଥିଲେ । କିନ୍ତୁ ପ୍ରେମ ନିବେଦନର କୌଣସି ଉତ୍ତର ନପାଇବାରୁ ଓଡିଆ ଯୁବକ ଜଣକ ନିଜ ଆକାଉଣ୍ଟକୁ ଡିଲିଟ୍ କରିଦେଇଥିଲେ । ଆଉ ଏହା ପରେ ଯୁବତୀଙ୍କ ମନରେ ଆରମ୍ଭ ହୋଇଥିଲା ପ୍ରେମକୁ ପାଇବାର ଆଶା ।

ଏକ ଭିଡିଓ ମାଧ୍ୟମରେ ନିଜ ମନ କଥା କହିଛନ୍ତି ପୋଲାଣ୍ଡ ଯୁବତୀ । ଯେକୌଣସି ଉପାୟରେ ସେ ଓଡିଆ ପୁଅକୁ ପାଇବାକୁ ଚାହୁଁଥିବା କହିଛନ୍ତି ଭିଡିଓରେ । ଆଉ ବିଦେଶୀନି ଜଣକ ମଧ୍ୟ ଓଡିଆରେ ମୁଁ ତୁମକୁ ଭଲପାଏ କହିବା ସହିତ ଭୁବନେଶ୍ୱର ଆସୁଥିବା କହିଛନ୍ତି । ତେବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁ

By amfnews

Related Post