Fri. Nov 1st, 2024

ପୋଲସରାରେ ପୁଣି ଲଜ୍ଜା, ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ

By amfnews Nov 15, 2018 #Featured
178 Views

ପୋଲସରା, ନଭେମ୍ବର ୧୫: ରାଜ୍ୟରେ କମୁନାହିଁ ଲଜ୍ଜା । ଦିନକୁ ଦିନ ମହିଳା ଏବଂ ଯୁବତୀଙ୍କ ପ୍ରତି ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । କିଛଦିନ ତଳେ ଗଂଜାମ ଜିଲ୍ଲା ପୋଲସରାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଯାହା ରାଜ୍ୟ ରାଜନୀତିକୁ ଉଷ୍ମ ମଧ୍ୟ କରିଥିଲା । ଆଜି ପୁଣି ସମାନ ଅଂଚଳରେ ଜଣେ ଯୁବତୀ ଏହି ପାଶବିକ କାଣ୍ଡର ଶିକାର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତି କରାଯାଇଛି ।

ସୂଚନାନୁଯାୟୀ, ଯୁବତୀଙ୍କୁ ନୃଶିଂହପାଲ୍ଲୀ  ଗ୍ରାମର କିଛି ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଆଜି ସକାଳେ ଯୁବକମାନେ ପୀଡିତାଙ୍କୁ ଧମକଚମକ ଦେଇ ଏହି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ଏହାପରେ ସେମାନେ ତାଙ୍କୁ ମୁର୍ମୁଷ ଅବସ୍ଥାରେ ଛାଡି ଚାଲିଯାଇଥିଲେ । ପରିବାର ଲୋକଙ୍କ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତି କରାଯାଇଥିଲା ।   ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ୪ ଜଣଙ୍କ ନାମରେ ପୋଲସରା ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି  ।

By amfnews

Related Post