ନୂଆଦିଲ୍ଲୀ, ସେପ୍ଟେମ୍ବର ୦୧ : ପ୍ରତରିକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ପୋଙ୍ଗାଙ୍ଗ ହ୍ରଦର ଦକ୍ଷିଣ ପାଶ୍ୱର୍ରେ ଥିବା ସ୍ଥିତିକୁ ପରିବର୍ତ୍ତନ କରିବା ଲାଗି ଚୀନର ଉତ୍ତେଜକ ସୈନ୍ୟ ଯୁଦ୍ଧାଭ୍ୟାସକୁ ଦୃଷ୍ଟିରେ ରଖି ପୂର୍ବ ଲଦ୍ଦାଖରେ ସମୀକ୍ଷା କରିଛନ୍ତି । ଅଧିକାରୀଙ୍କ ସୂତ୍ର ଅନୁସାରେ ପାଖାପାଖି ୨ ଘଣ୍ଟାର ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି ଯେ, ଭାରତୀୟ ସେନାର ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତି ରହିବ ।
ସୂତ୍ର ଅନୁସାରେ ସେ କହିଛନ୍ତି ଭାରତୀୟ ସେନା ଅତିରିକ୍ତ ସୈନିକଙ୍କୁ ମୁତୟନ କରି, ଟ୍ୟାଙ୍କ ଏବଂ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ ସମେତ ଅଧିକ ଅସ୍ତ୍ରଶସ୍ତ୍ର ପାଇଁ ପୋଙ୍ଗାଲ ହ୍ରଦର ଦକ୍ଷିଣ ଅଂଚଳ ଆଖପାଖରେ ନିଜର ଉପସ୍ଥିତିକୁ ଆହୁରି ତୀବ୍ର କରିଦେଇଛି । ସୂତ୍ର ଅନୁସାରେ ଭାରତୀୟ ସେନା ଏବେ ପୋଙ୍ଗାଙ୍ଗ ହ୍ରଦର ଦକ୍ଷିଣ ପାଶ୍ୱର୍ରେ ନଜର ରଖିଛି ।
ବୈଠକରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜୀତ ଡୋଭାଲ, ମୁଖ୍ୟ ପ୍ରତିରକ୍ଷା କର୍ମଚାରୀ ଜେନେରାଲ ବିପିନ ରାୱତ, ସେନା ମୁଖ୍ୟ ଜେନେରାଲ ଏମଏମ ନରୱାଣେ, ଏୟାର ଚିଫ ମାର୍ଶଲ ଆରକେ ଭଦୋରିଆ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ ।