Mon. Jun 9th, 2025

ପୋଖରୀରେ ବୁଡ଼ିଗଲେ ବୈକୁଣ୍ଠ

By amfnews Oct 29, 2019 #Featured
199 Views

ନୀଳଗିରି : ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ମର୍ଦରାଜପୁର ଗାଁରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ବୈକୁଣ୍ଠ ରାଉତ।

ଗତକାଲି ସନ୍ଧ୍ୟାରେ ବୈକୁଣ୍ଠ ଗାଁ ପୋଖରୀକୁ ଧୋଇ ହେବାକୁ ଯାଇଥିଲେ। ତେବେ ପୋଖରୀରେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ପାଣିରେ ବୁଡ଼ି ଯାଇଥିଲେ। ଏ କଥା କେହି ଜାଣି ପାରି ନଥିଲେ।  ସେ ଘରକୁ ଫେରିବା ଡେରି ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ଗ୍ରାମବାସୀ ବୈକୁଣ୍ଠଙ୍କୁ ଉଦ୍ଧାର କରି ନୀଳଗିରି ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୈକୁଣ୍ଠଙ୍କର ଗୋଟିଏ ପୁଅ ଓ ତିନି ଝିଅ ଅଛନ୍ତି।

By amfnews

Related Post