151 Views
ଭୁବନେଶ୍ୱର, ସେପ୍ଟେମ୍ବର ୦୭ : ରାଜ୍ୟରେ ପ୍ରଶାସନିକ କାର୍ଯ୍ୟ ଦୁର୍ବଳ ହୋଇପଡ଼ିଥିବାରୁ ମହିଳା ଓ ଶିଶୁ ନିର୍ଯାତନ ବଢ଼ିଛି । ତୃଣମୂଳ ସ୍ତରରେ ମହିଳା ଓ ଶିଶୁ ସୁରକ୍ଷିତ ନୁହଁନ୍ତି ବୋଲି ପୁଣି ଥରେ ପ୍ରମାଣିତ ହୋଇଛି । ବାଲେଶ୍ୱର ଜିଲ୍ଲାର ଭୋଗରାଇ ଥାନା ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳାଙ୍କୁ ଜୀଅନ୍ତା ଜାଳି ଦିଆଯାଇଛି ।
ସୂଚନା ଅନୁସାରେ ଭୋଗରାଇ ଥାନା ଅନ୍ତର୍ଗତ ବିଚିତ୍ରପୁର ଗାଁରେ ଥିବା ଏକ ପୋଖରୀ ହୁଡ଼ାରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ପୋଖରୀ ହୁଡ଼ାରେ ଜଣେ ମହିଳାଙ୍କ ମୃତହେଦ ପଡ଼ିଥିବାର ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମହିଳାଙ୍କର ମୃତଦେହ ଉଦ୍ଧାର କରିଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ । ଅଭିଯୁକ୍ତମାନେ ଅପରାଧ କରିବା ପରେ ଖସି ପଳାୟନ କରିଛନ୍ତି ।