Tue. Mar 10th, 2026

ପୋଖରୀ ନିକଟରେ ଖେଳୁଥିଲେ, ବୁଡ଼ିଗଲେ

170 Views

ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଖରାଖାଇ ବସ୍ତି ପାଖରେ ଥିବା ପୋଖରୀରେ ବୁଡ଼ି ଦୁଇ ଜଣ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁଦ୍ୱୟ ହେଲେ- ୨ ବର୍ଷର ଶେଖ୍ ଫରାନ୍‌ ଓ  ଅଢ଼େଇ ବର୍ଷର ଶେଖ୍‌ ଆବୁକର। ସେମାନେ ସମ୍ପର୍କୀୟ ଦୁଇ ଭାଇ ବୋଲି ଜଣାପଡ଼ିଛି।

ଆଜି ସକାଳ ପ୍ରାୟ ୯ଟା ବେଳେ  ସେମାନେ ଘର ପାଖରେ ଥିବା ପୋଖରୀ ନିକଟରେ ଖେଳୁଥିଲେ। ଏହି ସମୟରେ ଶିଶୁଦ୍ୱୟ ପୋଖରୀ ଭିତରେ ଖସି ପଡ଼ିଥିଲେ।  କିଛି ସମୟ ପରେ ଘର ଲୋକେ ଉଭୟଙ୍କୁ ନପାଇବାରୁ ଚାରିଆଡେ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କ ପତ୍ତା ମିଳି ପାରି ନ ଥିଲା। ଏହାପରେ ପରିବାର ଲୋକେ ସନ୍ଦେହରେ ପୋଖରୀକୁ ଯାଇ  ଖୋଝାଖୋଜି କରି ସେଠାରୁ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆଳି ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

By amfnews

Related Post