Sun. Jan 12th, 2025

ପେଟ୍ରୋଲ, ଡିଜେଲରେ ଅତ୍ୟଧିକ ଶୁଳ୍କ ପ୍ରତିବାଦରେ କଂଗ୍ରେସର ରାଉରକେଲା ବନ୍ଦ ଆଜି

By amfnews Sep 9, 2018 #Featured
126 Views

ରାଉରକେଲା, ୯ା୯ : ପେଟ୍ରୋଲ, ଡିଜେଲରେ ଅତ୍ୟଧିକ ଶୁଳ୍କ ଲଗାଇ ମୋଦି ସରକାର ୧୧ ଲକ୍ଷ କୋଟି ଟଙ୍କା ସରକାରୀ ତହବିଲରେ ରଖିଥିବା ବେଳେ ଆଉ କିଛି ଟଙ୍କା ଦଳୀୟ ନିର୍ବାଚନୀ ପାଣ୍ଠିରେ ରଖିଛନ୍ତି । ପେଟ୍ରୋଲ ଏବଂ ଡିଜେଲରେ ଅତ୍ୟଧିକ ଶୁଳ୍କ ବୃଦ୍ଧି କରିବା ଦ୍ୱାରା ଇନ୍ଧନ ଗ୍ୟାସର ଦର ମଧ୍ୟ ଆକାଶ ଛୁଆଁ ହେବାରେ ଲାଗିଛି । ଗତ ୫୨ ମାସରେ ମୋଦି ସରକାର ୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଲୋକମାନଙ୍କ ଟଙ୍କାକୁ ସରକାରୀ ତହବିଲରେ ରଖିଛନ୍ତି । କିନ୍ତୁ ଏହାର କୌଣସି ହିସାବ ସର୍ବସାଧାରଣରେ ନାହିଁ ।

ଜନସାଧାରଣ ମଧ୍ୟମବର୍ଗ, କୃଷକ, ପରିବହନ ବ୍ୟବସାୟୀମାନେ ଅତଧିକ ଦରଦାମ୍ରେ ଅତିଷ୍ଠ ଓ ଜର୍ଜରିତ । ଦୈନିକ ଦରକାରୀ ଜିନିଷର ମୂଲ୍ୟ ବଢୁଥିବା ବେଳେ ସମସ୍ତ ଭାରତୀୟଙ୍କର ବଜେଟ ବିଗିଡିବାରେ ଲାଗିଛି । କଂଗ୍ରେସ ଦଳ ଏବଂ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ରାହୁଲ ଗାନ୍ଧୀ ବାରମ୍ବାର ସରକାରଙ୍କ ନିକଟରେ ଦାବି ଜଣାଇଥିଲେ ଯେ, ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍ଟି ପରସରଭୁକ୍ତ କରାଯାଉ, ଯେଉଁଥିରେ କି ଜନତାଙ୍କୁ ପ୍ରତି ଲିଟର ପିଛା ୧୦ ଟଙ୍କାରୁ ୧୫ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ ।

ଯେତେବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଜେଟଲୀଙ୍କୁ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ସମ୍ପର୍କରେ ପଚରାଗଲା ସେତେବେଳେ ପେଟ୍ରୋଲ ଓ ଡିଜେଲର ଦରଦାମ୍ କମ୍ କରିବା ପାଇଁ କୌଣସି ଯୋଜନା ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ । ଭାରତରେ ପେଟ୍ରୋଲ ଓ ଡିଜେଲର ଦାମ୍ କ୍ରମଶଃ ବୃଦ୍ଧି ପାଇଚାଲିଛି । ମୋଦି ସରକାର ଅନ୍ୟ ଦେଶମାନଙ୍କୁ ପେଟ୍ରୋଲ କେବଳ ୩୫ ଟଙ୍କା ଏବଂ ଡିଜେଲ ୩୭ ଟଙ୍କା ପ୍ରତି ଲିଟର ପିଛାରେ ବିକ୍ରି କରୁଛନ୍ତି । କିନ୍ତୁ ନିଜ ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ଆକାଶଛୁଆଁ ଏବଂ ଜନସାଧାରଣଙ୍କୁ ଅତ୍ୟଧିକ ମୂଲ୍ୟ ଦେବାକୁ ପଡୁଛି ।

ଏଣୁ ରାଉରକେଲା ଜିଲା କଂଗ୍ରେସ କମିଟି ଆସନ୍ତା ୧୦ ତାରିଖ ଦିନ ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଉରକେଲା ବନ୍ଦ ଡାକରା ଦେଇଛି । ତେଣୁ ପ୍ରତ୍ୟେକ ଜନସାଧାରଣ, ବ୍ୟବସାୟୀ ବନ୍ଧୁ, ପରିବହନ ବ୍ୟବସାୟୀ ଏବଂ ଶ୍ରମିକ ବନ୍ଧୁ, ଯୁବକ ଓ ଛାତ୍ରଛାତ୍ରୀଙ୍କୁ ଅନୁରୋଧ ଯେ, ସେମାନେ ଏହି ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ଆଗେଇ ଆସିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି ।

By amfnews

Related Post