Sun. Nov 24th, 2024

ପେଟ୍ରୋଲ-ଡିଜେଲ ଦର ହ୍ରାସ କରିବା ମୋଦୀ ସରକାରଙ୍କ ସମ୍ବେଦନଶୀଳତାକୁ ଦର୍ଶାଉଛି: ଶାହ

By amfnews Oct 5, 2018 #Featured
141 Views

ନୂଆଦିଲ୍ଲୀ, ଅକ୍ଟୋବର ୦୫ : କେନ୍ଦ୍ର ସରକାର ଦ୍ୱାରା ଗୁରୁବାର ପେଟ୍ରୋଲ-ଡିଜେଲ ଉପରେ ଉତ୍ପାଦ ଶୁଲ୍କ ହ୍ରାସ କରିବା ନେଇ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କେନ୍ଦ୍ର ସରକାରଙ୍କୁ ପ୍ରଶଂସା କହିଛନ୍ତି । ଶାହ କହିଛନ୍ତି ପେଟ୍ରୋଲ ଓ ଡିଜେଲ ଦର ହାସ କରିବା ଦ୍ୱାରା ଦେଶର ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିଛି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସମ୍ବେଦନଶୀଳତାକୁ ଦର୍ଶାଉଛି । ଅମିତ ଶାହ ଟୁଇଟରରେ ଉଲ୍ଲେଖ କରିଛନ୍ତି ଯେ, ମୋଦୀ ସରକାରଙ୍କ ଦ୍ୱାରା ପେଟ୍ରୋଲ ଓ ଡିଜେଲ ଦର ୨.୫ ଟଙ୍କା କମ କରିବା ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି । ସେ କହିଛନ୍ତି ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ଦେଶର ଜନତାଙ୍କ ପ୍ରତି ସମ୍ବେଦନଶୀଳତାକୁ ପ୍ରମାଣିତ କରୁଛି ।

ଏହା ପୂର୍ବରୁ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ୨.୫ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓ ରାଜ୍ୟ ସରକାରମାନଙ୍କୁ ଭ୍ୟାଟ ଭାବରେ ୨.୫୦ ଟଙ୍କା ହ୍ରାସ କରିବାକୁ ଆଗ୍ରହ ଦେଖାଇଛନ୍ତି । ଏହା ହେଉଛି ସରକାରଙ୍କ ସମ୍ବେଦନଶୀଳ ନିଷ୍ପତ୍ତି । ସେ ସରକାର ରାଜକୋଷକୁ ୩.୩ ପ୍ରତିଶତ ରଖିବାକୁ କହିଛନ୍ତି । ଏହା କେବଳ ସମ୍ବେଦନଶୀଳ ନିର୍ଣ୍ଣୟ ନୁହେଁ, ବରଂ ଆର୍ଥିକ ଦୃଷ୍ଟିକୋଣରୁ ବୁଦ୍ଧିମତାପୂର୍ଣ୍ଣ ନିଷ୍ପତ୍ତି ଅଟେ ଯେଉଁଥିରେ କି ଆର୍ଥିକ ଉପରେ କୌଣସି ପ୍ରଭାବ ପଡ଼ିବ ନାହି ।

ବିଜେପି ମୁଖପାତ୍ର ଅଭିଯୋଗ କରି କହିଛନ୍ତି, ୟୁପିଏ ସରକାର କାଳରେ ପେଟ୍ରୋଲ ଦରକୁ କମ କରିବା ପାଇଁ ଅଏଲ ବ୍ରାଣ୍ଡର ବ୍ୟବହାର କରାଯାଉଥିଲା ଓ ଏକ ପ୍ରକାର ଆମର ସଂପତ୍ତିକୁ ଗରୀବ ଭାବରେ ଦେଖାଯାଉଥିଲା । ଏହିପରି ଭାବରେ ୧.୫ ଲକ୍ଷ କୋଟି ଟଙ୍କାର ଅଏଲ ବ୍ରାଣ୍ଡ ଜାରି କରାଯାଇଥିଲା । ଏହି ଟଙ୍କାକୁ ଦେବା ପାଇଁ ମୋଦୀ କାମ କରିଛନ୍ତି । ମୋଦୀ ଯେଭଳି ଭାବରେ ଜନତାଙ୍କ ପ୍ରତି ସମ୍ବେଦନଶୀଳତା ଦେଖାଇଛନ୍ତି, ବିଜେପି କେନ୍ଦ୍ର ସରକାରକୁ ଧନ୍ୟବାଦ ଜଣାଉଛି ।

By amfnews

Related Post