ସିଡନୀ, ନଭେମ୍ବର ୩୦ : ଅଷ୍ଟ୍ରେଲିଆ ବିପକ୍ଷରେ ଡିସେମ୍ବର ୬ରୁ ଆରମ୍ଭ ହେଉଥିବା ୪ ଟେଷ୍ଟ ମ୍ୟାଚ ଶୃଙ୍ଖଳା ପୂର୍ବରୁ ଭାରତ ପାଇଁ ଏକ ଖରାପ ଖବର ଆସିଛି । ସିଡନୀ ଗ୍ରାଉଣ୍ଡରେ କ୍ରିକେଟ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ ପୂର୍ବରୁ ଭାରତକୁ ଝଟକା ଲାଗିଛି । କାରଣ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ ସମୟରେ ପୃଥ୍ୱୀ ଓ ଆଘାତ ପାଇଛନ୍ତି ।
ପୃଥ୍ୱୀ (୧୯ ବର୍ଷ) ଅଭ୍ୟାସ ମ୍ୟାଚରେ ୬୬ ରନ ସଂଗ୍ରହ କରିଥିଲେ । ଫିଲ୍ଡିଙ୍ଗ ସମୟରେ ସେ ଡିପ ମିଡୱିକେଟରେ ବାଉଣ୍ଡ୍ରିରେ କ୍ୟାଚ ଧିରିବାକୁ ଯାଉଥିବା ବେଳେ ଆଘାତ ପାଇଥିଲେ । ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ମ୍ୟାକ୍ସ ବ୍ରାୟଟ ଦୀର୍ଘ ସର୍ଟ ଖେଳିଥିଲେ । ଏହି ବଲ ଅଟକାଇବାକୁ ପୃଥ୍ୱୀ ଉଦ୍ୟମ କରିଥିଲେ । ବଲ ବାଉଣ୍ଡ୍ରି ଲାଇନ ମଧ୍ୟରେ ରଖିବାକୁ ଉଦ୍ୟମ କରି ମଧ୍ୟ ସେ ବିଫଳ ହୋଇଥିଲେ । ଏହି ସମୟରେ ଭାରତୀୟ ଯୁବ କ୍ରିକେଟର ଖସିପଡ଼ିବାରୁ ତାଙ୍କ ଶରୀରରେ ଆଘାତ ଲାଗିଥିଲା ।
ଟିମ ଫିଜିଓ ଓ ଅନ୍ୟ ଜଣେ କର୍ମୀଙ୍କ ସାହାଯ୍ୟରେ ପୃଥ୍ୱୀ ଚ୍ୟାଞ୍ଜିଙ୍ଗ ରୁମ ନିଆଯାଇଥିଲା । ଏହା ପରେ ଅସୁସ୍ଥ ଅନୁଭବ କରିବାରୁ ପୃଥ୍ୱୀଙ୍କୁ ହସ୍ପିଟାଲ ନିଆଯାଇଥିଲା । ବିସିସିଆଇ ପକ୍ଷରୁ ଟୁଇଟରେ କୁହାଯାଇଛି ଯେ, ପୃଥ୍ୱୀଙ୍କ ସ୍ୱାସ୍ଥ୍ୟଗତ ଅବଲୋକନ କରାଯାଇଛି ।