Mon. Jan 20th, 2025

ପୂର୍ବରୁ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କୁ ନେତା ମାନୁଥିଲି, ଏବେ ଉଭୟଙ୍କର ପୂଜା କରୁଛି: ଶିବରାଜ୍‌ ସିଂହ ଚୌହାନ୍‌

By amfnews Aug 13, 2019 #Featured
82 Views

ଭୋପାଳ  : ଜମ୍ମୁ-କାଶ୍ମୀରରୁ ଧାରା ୩୭୦କୁ ହଟାଇବା ପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ୍‌ ସିଂହ ଚୌହାନ୍‌ ଏହା କେନ୍ଦ୍ର ସରକାରଙ୍କର ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି। ସେ ଏହାକୁ ପଣ୍ଡିତ ଜବାହାରଲାଲ୍‌ ନେହେରୁଙ୍କ ସବୁଠାରୁ ବଡ଼ ଭୁଲ୍‌ ଦର୍ଶାଇବା ସହିତ କେନ୍ଦ୍ର ସରକାର ନେହେରୁ କରିଥିବା ଭୁଲ୍‌କୁ ସୁଧାରିବାକୁ ଯାଇ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପୂର୍ବରୁ ନେତା ମାନୁଥିଲେ , ହେଲେ ଏବେ ତାଙ୍କର ପୂଜା କରୁଛନ୍ତି ବୋଲି କହିଛନ୍ତି।

ଶିବରାଜ୍‌ ସିଂହ ଚୌହାନ୍‌ ଓଡ଼ିଶା ଗସ୍ତରେ ଆସି ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍‌ ନେହେରୁଙ୍କୁ ଜମ୍ମୁ-କାଶ୍ମୀର ପାଇଁ ଦାୟୀ କରିବା ସହିତ ତାଙ୍କୁ ସେ ଅପରାଧୀର ଆଖ୍ୟା ଦେଇଥିଲେ। ତେବେ ଶିବରାଜ୍‌ଙ୍କ ଏହି ଟିପ୍ପଣୀକୁ ନେଇ ବିବାଦ ଉଠିବା ପରେ ଗତକାଲି ସାମ୍ବାଦିକଙ୍କୁ ଡାକି ସେ ଦେଇଥିବା ତାଙ୍କର ମତ ସଂପର୍କରେ ସଫେଇ ଦେଇଥିଲେ। ଏଥିସହିତ ସେ ନିଜ ସଫେଇରେ ତଥ୍ୟ ଆଧାରରେ ଏ କଥା କହିଥିଲେ ବୋଲି ଶିବରାଜ୍‌ ସିଂହ ଚୌହାନ୍‌ ସୂଚନା ଦେଇଥିଲେ।

By amfnews

Related Post