Sat. Mar 7th, 2026

ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ାଙ୍କ ପରଲୋକ

306 Views

ଭୁବନେଶ୍ୱର, ନଭେମ୍ବର ୨୨: ଆଜି ସକାଳେ ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କର ପରଲୋକ ଘଟିଛି। ଭୁବନେଶ୍ୱରରଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ଶ୍ରୀ ପରିଡ଼ାଙ୍କର ପରଲୋକ ଘଟିଛି। ଶ୍ରୀ ପରିଡ଼ା ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା।

୧୯୪୧ ମସିହା ଫେବ୍ରୁଆରି ମାସ ୧୫ ତାରିଖରେ ଶ୍ରୀ ପରିଡ଼ା ଯାଜପୁରରେ ଜନ୍ମ ଗ୍ରହଣ କରିଥିଲେ। ଭାଷା ସାହିତ୍ୟ ଆନ୍ଦୋଳନର ମୁଖ୍ୟ ଭାବେ ସେ ଓଡ଼ିଆ ଭାଷାର ବିକାଶ ଏବଂ ପ୍ରଚଳନକୁ ସାର୍ବଜନୀନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।୧୯୬୦ ମସିହାରୁ ୧୯୯୨ ମସିହା ଦୀର୍ଘ ୩୨ ବର୍ଷରୁ ଊର୍ଧ୍ୱ ସମୟ ଧରି ଜଣେ ବାମପନ୍ଥୀ ନେତାଭା;ବେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।

୧୯୯୩ରେ ଶ୍ରୀ ପରିଡ଼ା କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ସେହିପରି ୧୯୯୮ ମସିହାରେ ଶ୍ରୀ ପରିଡ଼ା ସମାଜବାଦୀ ପାଟିର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେଇଥିଲେ। ପରେ ସେ ବିଜୁ ଜନତା ଦଳରେ ସାମିଲ ହୋଇ ବିଜେଡି ଦଳରୁ ସାଂସଦଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୬ ଜୁଲାଇ ୧ ତାରିଖରେ ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ସମାପ୍ତ ହୋଇଥିଲା। ଶ୍ରୀ ପରିଡ଼ାଙ୍କ ପରଲୋକରେ ରାଜନୈତିକ ନେତା ଓ ବଦ୍ଧିଜୀବୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

By amfnews

Related Post