Sun. Mar 8th, 2026

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଜୟନ୍ତୀ ପାଳିତ

200 Views

ରାଉରକେଲା, ୨୬ା୧୨ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସାରନଗରୀ ସ୍ଥିତ ବାଜପୟୀ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ବରିଷ୍ଠ ନେତା କିଶନ ସାହୁ, ବିଜେପି ରାଜ୍ୟ ସମ୍ପାଦକ ଧିରେନ ସେନାପତି, ଆଇଜିଏଚ୍ର ପୂର୍ବତନ ନିର୍ଦ୍ଦେଶକ ଡା.ରାସବିହାରୀ ମହାପାତ୍ର, ମଣ୍ଡଳ ସଭାପତି ଉଦିତ୍ ଅମାତ, ଅଧ୍ୟାପକ କମଳନାଥ ପ୍ରମୁଖ ବାଜପେୟୀଙ୍କ ସୁଶାସନ ସମୟ ସମ୍ପର୍କିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସ୍ୱର୍ଗତ ବାଜପେୟୀ ରାଜନୀତିର ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ ସମ ଥିଲେ ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ । ଗୌରାଙ୍ଗ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

By amfnews

Related Post