Sat. Mar 7th, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଗିରଫ କରାଯିବା ମୋ’ଲାଗି ଭଲ ଖବର: ଇନ୍ଦ୍ରାଣୀ ମୁଖାର୍ଜୀ

245 Views

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମଙ୍କୁ  ସିବିଆଇ ଗିରଫ କରିବା  ତାଙ୍କପାଇଁ ଭଲ ଖବର ବୋଲି ଆଇଏନ୍‌ଏକ୍ସ ମିଡିଆର ପ୍ରମୋଟର ଇନ୍ଦ୍ରାଣୀ ମୁଖାର୍ଜୀ। ସେ ଆଜି ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ବୟାନ ଲାଗି  ପି. ଚିଦମ୍ବରମ ଗିରଫ ହୋଇଛନ୍ତି।

ପୂର୍ବରୁ ସିବିଆଇ ଏବଂ ଇଡି  ପକ୍ଷରୁ ବି କୁହାଯାଇଥିଲା ଯେ ଆଇଏନ୍‌ଏକ୍ସ ମିଡିଆର ପ୍ରମୋଟର ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ତାଙ୍କ ସ୍ବାମୀ ପିଟର ମୁଖାର୍ଜୀଙ୍କ ବୟାନ ଆଧାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମଙ୍କୁ  ଗିରଫ କରାଯାଇଛି।

ANI

@ANI

Indrani Mukerjea, who turned approver in INX Media case, on being asked about arrest of P Chidambaram: It’s good news that P Chidambaram has been arrested. (file pic)

View image on Twitter

ସୂଚନାଯୋଗ୍ୟ ଯେ ସଂପ୍ରତି ଇନ୍ଦ୍ରାଣୀ ମୁଖାର୍ଜୀ ନିଜ ଝିଅ ଶୀନା ଭୋରାଙ୍କ ହତ୍ୟା ମାମଲାରେ ଜେଲରେ ଅଛନ୍ତି। ଆଜି ନ୍ୟାୟାଳୟରେ ଶୁଣାଣିଲାଗି ଇନ୍ଦ୍ରାଣୀ ପହଞ୍ଚିଥିବା ସମୟରେ ସାମ୍ବାଦିକଙ୍କ ସହ କଥା ହେବା ବେଳେ ଏହା କହିଛନ୍ତି ସେ। ସୂଚନାଯୋଗ୍ୟ, ଇନ୍ଦ୍ରାଣୀ ମୁଖାର୍ଜୀ ସିବିଆଇ ଏବଂ ଇଡିକୁ ଜେରା ବେଳେ କହିଥିଲେ କି ଆଇଏନ୍‌ଏକ୍ସ ମିଡିଆର ମଂଜୁରି ବେଳେ ପି. ଚିଦମ୍ବରମ ତାଙ୍କ ପୁଅ କାର୍ତ୍ତୀ ଚିଦମ୍ବରମଙ୍କୁ ତାଙ୍କ ବ୍ୟବସାୟରେ  ସହାୟତା କରିବାକୁ କହିଥିଲେ।

By amfnews

Related Post