Thu. Dec 26th, 2024

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିଜ୍‌ଙ୍କ ପରଲୋକ

By amfnews Jan 29, 2019 #Featured
179 Views

ନୂଆଦିଲ୍ଲୀ, ଜାନୁଆରୀ ୨୯  : ବର୍ଷୀୟାନ ରାଜନେତା, ଅଟଳବିହାରୀ ବାଜପେୟୀଙ୍କ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ବରିଷ୍ଠ ରାଜନେତା ଜର୍ଜ ଫର୍ଣ୍ଣାଡିଜଙ୍କର ଆଜି ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଦୀଘଦିନ ହେବ ଜରାଜନିତ ରୋଗରେ ଶ୍ରୀ ଫଣ୍ଣାଡିଜ୍‌ ପୀଡ଼ିତ ଥିଲେ। ଦୀର୍ଘ ୧୦ ବର୍ଷ ଧରି ଶୀ ଫର୍ଣ୍ଣାଡିଜ୍‌ ସାଧାରଣ ଜୀବନରୁ ଦୂରରେ ଥିଲେ। ବିଶେଷ କରି ସ୍ମରଣଶକ୍ତି ହରାଇବା ପରେ ଶ୍ରୀ ଫର୍ଣ୍ଣାଡିଜ୍‌ ଦୀଘଦିନ ହେବ କେବଳ ବିଛଣାରେ ପଡ଼ି ରହୁଥିଲେ।

ସମାତା ପାର୍ଟିର ଅଧ୍ୟକ୍ଷ ତଥା ଏନଡିଏ ସରକାରର ଆବାହକ ଭାବେ ଦାୟିତ୍ୱତୁଲାଇଥିବା ଶ୍ରୀ ଫର୍ଣ୍ଣାଡିଜ୍‌ ୧୯୩୦ ମସିହା ଜୁନ୍‌ ୩ ତାରିଖରେ ମାଙ୍ଗାଲୋରରେ ଜନ୍ମ ଗ୍ରହଣ କରିଥିଲେ। ଓ ଅଟଳବିହାରୀ ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ୨୦୦୧ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଶ୍ରୀ ଫର୍ଣ୍ଣାଡିଜ୍‌ ପ୍ରତିରକ୍ଷାମନ୍ତ୍ରୀ ଭାବେ ଦାୟିିତ୍ୱ ତୁଲାଇଥିଲେ।
Narendra Modi

@narendramodi

George Sahab represented the best of India’s political leadership.

Frank and fearless, forthright and farsighted, he made a valuable contribution to our country. He was among the most effective voices for the rights of the poor and marginalised.

Saddened by his passing away.

By amfnews

Related Post