225 Views
ରାଉରକେଲା, ୪ା୯ : ସିଭିଲ ଟାଉନ୍ସିପ ଠାରେ ପାଣି ଟାଙ୍କି ଭାଙ୍ଗିବା ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ କଂଗ୍ରେସ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଚାଲିଛି । ସୋସିଆଲ ମିଡିଆ ପୋଷ୍ଟକୁ ନେଇ କଂଗ୍ରେସ ସେବା ଦଳ ପକ୍ଷରୁ ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡ଼ିଛି ।
ସୂଚନାନୁଯାୟୀ, ବିନୋଦ ଚନ୍ଦ୍ର ରାଉତ ରାଉରକେଲା କଂଗ୍ରେସ ସେବା ଦଳର ଜଣେ ସକ୍ରିୟ ସଦସ୍ୟ ହୋଇଥିବା ବେଳେ ଗତ ୨୭ ତାରିଖ ଦିନ ସିଭିଲ ଟାଉନସିପ୍ରେ ଥିବା ପାଣି ଟାଙ୍କି ଭୁଷୁଡିବା ନେଇ ସେ ଫେସ୍ବୁକ୍ରେ ଏକ ପୋଷ୍ଟ୍ କରିିଥିଲେ । ରାତି ୧୧ଟାବେଳେ କେହି ଜଣେ ସେହି ପୋଷ୍ଟ ଉପରେ କମେଣ୍ଟ କରି ପୂର୍ବତନ ସଭାପତି ବିରେନ ସେନାପତି ଓ କାର୍ଯ୍ୟକାରୀ ସଭାପତି ସବୀର ହୁସେନଙ୍କୁ ବିଭିନ୍ନ ଧମକପୂର୍ଣ୍ଣ କଥାମାନ ଲେଖିଥିଲେ । ଏହାକୁ ନେଇ ବିନୋଦ ଗତକାଲି ରାତିରେ ରଘୁନାଥପଳ୍ଲୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ରଘୁନାଥପାଲୀ ପୁଲିସ୍ ଘଟଣାର ତଦନ୍ତ କରୁଛି ।