Sun. Mar 8th, 2026

ପୁଲିସ୍‌ ଜାଲରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ

187 Views

ବଲାଙ୍ଗିର  :   ବଲାଙ୍ଗିର ପୁଲିସ୍ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି। ତା’ ସହିତ ଚୋରା ବାଇକ୍ କିଣୁଥିବା ଅଭିଯୋଗରେ ପୁଲିସ୍ ଆଉ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଦୁଇଟି ଚୋରା ବାଇକ୍‌ ଜବତ କରାଯାଇଛି।

ଗତ ନଭେମ୍ୱର ୧୪ ତାରିଖରେ ବଲାଙ୍ଗିର ସିଡିଏମ୍‌ଓ ଅଫିସ୍‌ ସମ୍ମୁଖରୁ ପ୍ୟାଲେସଲାଇନ୍‌ ପଡାର ପ୍ରେମାନନ୍ଦ ସାହୁଙ୍କ ବାଇକ୍‌ ଚୋରି ହୋଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଟାଉନ ଥାନା ପୁଲିସ୍‌ର ସ୍ୱତନ୍ତ୍ର ସ୍ୱାଡ୍‌ ଘଟଣାର ତଦନ୍ତ କରି ଗତକାଲି ପାଟଣାଗଡ଼ର ସଦାନନ୍ଦ ନାଏକ ଏବଂ ଭାସ୍କର ବନଛୋରଙ୍କୁ ଗିରଫ କରିଛି। ଏହାସହ ସଦାନନ୍ଦ ନାଏକଙ୍କ ଠାରୁ ଏକ ଚୋରା ବାଇକ୍‌ ଜବତ କରିଛି। ସେହିପରି ଚୋରା ବାଇକ୍‌ କିଣୁଥିବା ଅଭିଯୋଗରେ ଲରମ୍ଭା ଗାଁର ପ୍ରେମାନନ୍ଦ ଥପାକୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ତାଙ୍କ ଠାରୁ ମଧ୍ୟ ପୁଲିସ୍‌ ଏକ ବାଇକ୍‌ ଜବତ କରିଛି। ଏମାନେ ଅନେକ ବାଇକ୍‌ ଚୋରି ଘଟଣାରେ ସଂପୃକ୍ତ ଥିବା ପୁଲିସ୍ ଜାଣିବାକୁ ପାଇଛି।

ଗିରଫ ହୋଇଥିବା ବାଇକ୍‌ ଚୋରମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ବଲାଙ୍ଗିର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ କହିଛନ୍ତି।

By amfnews

Related Post