Sat. Mar 7th, 2026

ପୁଲିସ୍‌ ଏନ୍‌କାଉଣ୍ଟରରେ ଟିଙ୍ଗିରି ଆହତ

226 Views

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଗାଁରେ ପୁଲିସ୍‌ର ଏନ୍‌କାଉଣ୍ଟରେ ଟିଙ୍ଗିରି ଦୋରା ନାମକ ଜଣେ ଅପରାଧୀ ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଦୀପାବଳି ଅବସରରେ ପାଣ୍ଡିଆପଥର ଗାଁରେ କିଛି ଖେଳ ହେଉଥିଲା। ସେଠାରେ ଗାଁର ବଳରାମ ସେଠୀ (୨୨) ନାମକ ଜଣେ ଯୁବକ ଠିଆ ହୋଇ ଖେଳ ଦେଖୁଥିଲେ। ଏହି ସମୟରେ ପି.ଶବିଶଙ୍କର ଦୋରା ଓରଫ୍ ଟିଙ୍ଗିରି ସେଠାକୁ ନିଶାଗସ୍ତ ଅବସ୍ଥାରେ ଆସିଥିଲା। ତା’ ହାତରେ ଏକ ବନ୍ଧୁକ ଥିଲା। ସେ ବନ୍ଧୁକରୁ ଗୁଳି ଚଳାଇଥିଲା। ଗୁଳିଟି ବଳରାମଙ୍କ ବାମ ଗୋଡ଼ରେ ବାଜିଥିଲା। ଏନେଇ ଖବର ପାଇ ପୁଲିସ୍‌ ତୁରନ୍ତ ଗାଁରେ ପହଞ୍ଚିଥିଲା। ପୁଲିସ୍‌କୁ ଦେଖି ଟିଙ୍ଗିରି ଗୁଳି ଚଳାଇଥିଲା। ପୁଲିସ୍‌ ଏହାର ପାଲଟା ଜବାବ ଦେଇଥିଲା। ପୁଲିସ୍‌ ଗୁଳିରେ ଟିଙ୍ଗିରି ଆହତ ହୋଇଛି।

ଅନ୍ୟପକ୍ଷରେ ଗୁରୁତର ବଳରାମଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

By amfnews

Related Post