98 Views
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଜିଲ୍ଲାର ବଦଲି ଗାଁରେ ପୁଲିସ୍ ଇନଫର୍ମର ସନ୍ଦେହରେ ଜଣକୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଧନୀରାମ କଶ୍ୟପ ।
ପୂର୍ବରୁ ମାଓବାଦୀ ଧନୀ ରାମକୁ ପୁଲିସ୍ ସହ ନ ମିଶିବା ପାଇଁ ଧମକ ଦେଇଥିଲେ । ଏହା ନ ମାନିବାରୁ ମାଓବାଦୀ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଏହି ଘଟଣା ପରେ ପୁଲିସ୍ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।