Sat. Mar 7th, 2026

ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କ ପ୍ରଥମ ସମୀକ୍ଷା ବୈଠକ

159 Views

ଭୁବନେଶ୍ବର  : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଭାବେ ଦାୟିତ୍ୱ ଗ୍ରହଣ କରିବା ପରେ  ବିଜୟ କୁମାର ଶର୍ମା ଆଜି ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ପ୍ରଥମ ସମୀକ୍ଷା ବୈଠକ କରିଛନ୍ତି। ଏହା ଭୁବନେଶ୍ବରରେ ଥିବା ଡିଜିପିଙ୍କ କ୍ୟାମ୍ଫ ଅଫିସରେ ଅନୁଷ୍ଠିତ ହେଉଥିବାର ସୂଚନା ମିଳିଛି।

ଏହି ବୈଠକରେ ସ୍ୱାଧୀନତା ଦିବସରେ ସୁରକ୍ଷା ଓ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସଂପର୍କରେ ଆଲୋଚନା କରାଯାଉଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୁଇନ୍ଦା ନିର୍ଦ୍ଦେଶକ ସୁନିଲ ରାୟ, ଏଡିଜି ଆର.ପି କୋଚେ , ରାଧାକୃଷ୍ଣ ଶର୍ମା, ପୁଲିସ କମିଶନର ସତ୍ୟଜିତ ମହାନ୍ତି ଭୁବନେଶ୍ୱର ଡିସିପିଙ୍କ ସହ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଅଛନ୍ତି ।

ସୂଚନାଯୋଗ୍ୟ ପୂବତନ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇବା ପରେ ଗତକାଲି କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ ।

By amfnews

Related Post