Fri. Dec 27th, 2024

ପୁଲିସ-ଜନତା ହାତାହାତି

By amfnews Aug 11, 2018 #Featured
244 Views

ରାଉରକେଲା, ୧୧/୮ (): ସେକ୍ଟର-୬ ଅଞ୍ଚଳରେ ପୁଲିସ୍ ଓ ଜନତା ହାତାହାତି ହୋଛନ୍ତି । ମଦ୍ୟପ ଯୁବକକୁ ଧରିବା ପାଇଁ ପୁଲିସ୍ ଚଢଉ କରିବା ପରେ ଏଭଳି ପରିସ୍ଥିତି ଉପୁଜିଥିଲା । ତେବେ ପରେ ଆପୋଷ ବୁଝାଣାରେ ମାମଲା ଶାନ୍ତ ପଡିଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ସେକ୍ଟର-୬ ଏଚ୍ ବ୍ଲକ୍ ପଡିଆରେ କିଛି ଯୁବକ ମଦ ପିଉଥିବା ନେଇ ସ୍ଥାନୀୟ ବାସିନ୍ଦା ପୁଲିସ୍ ସହାୟତାକୁ ଫୋନ କରିଥିଲେ । ଖବର ପାଇ ସହାୟତା ଗାଡି ପଡିଆରେ ପହଞ୍ôଚଥିଲା ।

ଏହି ସମୟରେ ପଡିଆରେ ବସିଥିବା କିଛି ଯୁବକ ପୁଲିସ୍ ସହିତ ମୁହାଁମୁହିଁ ହୋଇଥିଲେ । ସେମାନଙ୍କ ମଧ୍ୟରେ ଧକ୍କାପେଲା ହୋଇଥିଲା । ଅନ୍ୟ ଯୁବକମାନେ ସହାୟତା ଗାଡିକୁ ଘେରି ଯାଇଥିଲେ । ଏସବୁ ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ସେକ୍ଟର-୭ ଥାନା ପୁଲିସ୍ ଫୋର୍ସ ସହ ସେଠାରେ ପହଞ୍ôଚଥିଲା ।

ଏମାନଙ୍କୁ ଥାନାକୁ ଧରି ଆଣିବା ପରେ ଥାନା ସମ୍ମୁଖରେ ବହୁ ଲୋକ ରୁଣ୍ଡ ହୋଇ ପୁଲିସ୍ କର୍ମଚାରୀଙ୍କ ସସ୍ପେଣ୍ଡ ଦାବି କରିଥିଲେ । ଏଭଳି କିଛି ସମୟ ଚାଲିବା ପରେ ଶେଷରେ ମାମଲା ରଫାଦଫା ହୋଇଥିଲା ।

By amfnews

Related Post