Sat. Mar 7th, 2026

ପୁଲିସ ଏନକାଉଣ୍ଟରରେ ୨ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ମୃତ

247 Views

ଶ୍ରୀନଗର, ନଭେମ୍ବର, ୬: ଆଜି ସକାଳେ  ଜମ୍ମୁ ଓ କଶ୍ମୀରର ସୋପିଆନାର ସଫନଗରୀ ଠାରେ ସୁରକ୍ଷା କର୍ମୀଙ୍କ ସହିତ ଗୁଳିବିନିମୟ ସମୟରେ  ହିଜବୁଲ ମୁଜାହିଦ୍ଦିନର ଦୁଇଜଣ  ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ସକାଳେ ହୋଇଥିବା ଏହି ଏନକାଉଣ୍ଟର ଶେଷ ହୋଇଛି, ଏଥିରେ କେବଳ ଦୁଇଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ମୃତ୍ୟୁବରଣ କରିଥିବା କୁହାଯାଇଛି। ସୁରକ୍ଷାକର୍ମୀଙ୍କ ସହିତ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା  ଦୁଇ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛିି। ସେମାନଙ୍କ ଭିତରୁ ଜଣଙ୍କ ନାମ ମହମ୍ମଦ ଇଦ୍ରିସ ସୁଲତାନ ଓ ଅନଅଜଣଙ୍କ ନାମ ଅମୀର ହୁସେନ। ସେମାେନେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ ସହିତ ସମ୍ପୃକ୍ତ।  ଏନକାଉଣ୍ଟର ସ୍ଥଳରୁ ଆତଙ୍କବାଦୀମାନଙ୍କ ଠାରୁ ବହୁପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତ ରବିବାର ଦିନ ମଧ୍ୟ ଦୁଇଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ସେମାନେଙ୍କୁ ଚିହ୍ନଟ କରାଯାଇଥିଲା।  ଏହି ଦୁଇ ହିଜବୁଲ ଆତଙ୍କବାଦୀ ଥିଲେ ମହମ୍ମଦ ଇରଫାନ ଭଟ୍‌ ଓ  ଶାହିସ ମୀର। ଆତଙ୍କବାଦୀମାନେ ସୋପିଆନାର  ଖଦ୍‌ପୋରା ଅଞ୍ଚଳରେ ଛପି ଥିବା ସୂଚନା ପାଇ ସୁରକ୍ଷା କର୍ମୀମାନେ ସେଠାକୁ ସର୍ଚ୍ଚ ଅପରେସନ୍‌ ପାଇଁ ଯାଇଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିେଲେ। ଜବାବରେ ସୁରକ୍ଷା କର୍ମୀ ଗୁଳି ଚଳାଇବାରୁ ଦୁଇ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିଲା ଓ ଅନ୍ୟ କେତେଜଣ ଖସିଯିବାରେ ସକ୍ଷମ ହୋଇଥିଲେ।

By amfnews

Related Post