208 Views
ମାଲକାନଗିରି, ୧୫ା୧୧ : ମାଲକାନଗିରି ଜିଲ୍ଲା ଛତିଶଗଡର ରାଜନନ୍ଦଗାଓଁ ଅନ୍ତର୍ଗତ ଅଞ୍ଚଳରେ ବିଧାନସଭା ନିର୍ବାଚନରେ ନିଯୁକ୍ତ ପୁଲିଙ୍ଗ ପାର୍ଟି ଓ ସୁରକ୍ଷାକର୍ମୀଙ୍କୁ ଉଡାଇବା ପାଇଁ ମାଓବାଦୀ ମାନେ କରିଥିବା ଷଢଯନ୍ତ୍ରକୁ ଯବାନ ମାନେ ବିଫଳ କରିଛନ୍ତି।
ଫୋର୍ସର ଉପସ୍ଥିତିରେ ମାଓବାଦୀ ମାନେ ନିଜର ମନ୍ଦ ଉଦ୍ଦେଶ୍ୟରେ ସଫଳ ହୋଇ ପାରିନାହାନ୍ତି।ମାଓବାଦୀ ମାନେ ଗଡଇ ଥାନା ଅଞ୍ଚଳର ମାନପୁର ପାହାଡ଼ ଓ ସୁକତରା ମଧ୍ୟବର୍ତ୍ତୀ ଜଙ୍ଗଲରେ ବହୁ ମାତ୍ରାରେ ଆଇଇଡି ଲୁଚେଇ ରଖିଥିଲେ।
ପୁଲିସ ଓ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ୩ ଟି ଜାଗାରୁ ୩୦/୩୦ କେଜିର ୩ ଟି ବୋମା ଜବତ କରିଛି।ମାଓବାଦୀ ଜଙ୍ଗଲରେ ବହୁ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲେ।ମାଓବାଦୀ ମାନେ ନିର୍ବାଚନକୁ ପ୍ରଭାବିତ କରିବା ଓ ସୁରକ୍ଷାକର୍ମୀଙ୍କୁ କ୍ଷତି କରିବା ଉଦ୍ଦେଶ୍ୟରେ ଆଇଇଡି ଲୁଚାଇଥିଲେ।
ସେହିପରି ବକରକଟ୍ଟା ଥାନା ପୁଲିସ ଓ ଆଇଟିବିପି ଏବଂ ଏସଟିଏଫ ଯବାନ ମାନେ ମଙ୍ଗଳବାର ଦିନ ସର୍ଚ୍ଚ ଅପରେସନରେ ଯାଇଥିଲେ।ସର୍ଚ ବେଳେ ଲାଭାତରା ଜଙ୍ଗଲରେ ତିନି ଜାଗାରୁ ପାଖାପାଖି ୩୦/୩୦ କେଜିର ବୋମା ନିଜ ଅକ୍ତିଆରକୁ ନେଇଛନ୍ତି।ଘଟଣା ସ୍ଥଳରୁ ବିସ୍ଫୋରକରେ ବ୍ୟବହାର ହବା ପାଇଁ ବିଦ୍ୟୁତ ତାର,କଣ୍ଟା ସହିତ ଅନ୍ୟ ସାମଗ୍ରୀ ପୁଲିସକୁ ମିଳିଛି।
ସର୍ଛିଙ୍ଗ ସମୟରେ ବକରକଟ୍ଟା ଟିଆଇ ଅବଦୁଲ ସଲିମ,ଏସଟିଏ ଓ ଆଇଟିବିପି ଯବାନ ସାମିଲ ଥିଲେ।ସୂଚନା ମିଳିବା କ୍ଷଣି ଏସପି କମଳଲୋଚନ କଷ୍ୟପ ମଧ୍ୟ ଘଟଣା ସ୍ଥଳରେ ପହଁଞ୍ଚିଥିଲେ। ମାଓବାଦୀ ମାନେ ଫୋର୍ସ ଏବଂ ପୁଲିଙ୍ଗ ପାର୍ଟି ଙ୍କୁ ଟାର୍ଗେଟ କରି ଯୋଜନା କରିଥିଲେ।ସୁରକ୍ଷାକର୍ମୀଙ୍କ ଉପସ୍ଥିତି ଯୋଗୁଁ ମାଓବାଦୀ ମାନେ ନିଜ ମନ୍ଦ ଉଦ୍ଦେଶ୍ୟରେ ବିଫଳ ହୋଇଛନ୍ତି।
ସୁକତରା ଜଙ୍ଗଲରେ ମାଓବାଦୀ ମାନେ ବହୁ ମାତ୍ରାରେ ଆଇଇଡି ଲୁଚାଇଥିଲେ।ଯବାନ ପାଖାପାଖି ୯୦ କେଜିର ବିସ୍ଫୋରକ ସାମଗ୍ରୀ ଜବତ କରିଛି।ବିଧାନସଭା ନିର୍ବାଚନରେ ବାଧା ସୃଷ୍ଟି କରିବା ପାଇଁ ମାଓବାଦୀ ମାନେ ଜିଲ୍ଲାର ଉତ୍ତର ଓ ପଶ୍ଚିମ ଅଞ୍ଚଳରେ ଅଧିକ ସଂଖ୍ୟାରେ ଉପସ୍ଥିତ ଥିଲେ।ଏହା ପୂର୍ବରୁ ମାଓବାଦୀ ମାନେ ମାନପୁର ଅଞ୍ଚଳରେ କିଛି ଜାଗାରେ ବ୍ୟାନର ପୋଷ୍ଟର ଲଗାଇ ନିର୍ବାଚନକୁ ପ୍ରଭାବିତ କରିବା ଓ ଲୋକଙ୍କୁ ଆତଙ୍କିତ କରିବା ପାଇଁ ଜୁଟିଥିଲେ।କିନ୍ତୁ ସାଧାରଣ ଲୋକଙ୍କ ଉପରେ ମାଓବାଦୀଙ୍କ ଆହ୍ୱାନର କୌଣସି ପ୍ରଭାବ ପଡିନାହିଁ।ନିର୍ବାଚନରେ ସମସ୍ତ ଗ୍ରାମବାସୀ ଭାଗ ନେଇଥିଲେ।