Tue. Nov 26th, 2024

ପୁଲଓ୍ଵାମା ସହିଦଙ୍କୁ ଉତ୍ସର୍ଗ କରି ହେଉଥିବା ‘ତୁ ଦେଶ ମେରା’ ଗୀତରେ ଦିଶିବେ ଶାହରୁଖ ଖାନ୍‌

By amfnews Aug 14, 2019 #Featured
208 Views

ଶ୍ରୀନଗର  : ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କୁ ଉତ୍ସର୍ଗ କରି ତିଆରି ହେଉଥିବା ଗୀତ ‘ତୁ ଦେଶ ମେରା’ରେ ସୁପର୍‌ଷ୍ଟାର୍‌ ଶାହରୁଖ ଖାନ ବି ନିଜର ଆସିପାରନ୍ତି ବୋଲି ସୂଚନା ରହିଛି। ଏହି ଗୀତର ସୁଟିଂ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ବିଗ୍‌ ବି ଅମିତାଭ ବଚ୍ଚନ, କାର୍ତ୍ତିକ ଆର୍ଯ୍ୟନ, ଟାଇଗର୍‌ ସରଫ୍‌ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ଅନ୍ୟମାନେ ନଜର ଆସିବେ ବୋଲି ପୂର୍ବରୁ ସୂଚନା ରହିଥିଲା। ଏବେ ଏହି ଗୀତରେ ଦିଲଓ୍ଵାଲି ବୟ ଶାହରୁଖଙ୍କର ବି ଅବଦାନ ରହିବ ବୋଲି ଜାଣିବାକୁ ମିଳିଛି।

🇮🇳CRPF🇮🇳

@crpfindia

We thank Aishwarya Rai Bachchan, @TheAryanKartik, and @iTIGERSHROFF for their contribution in the tribute song by @HAPPYPRODINDIA dedicated to the Pulwama Martyrs.

View image on TwitterView image on TwitterView image on Twitter
୪ ମିନିଟ୍‌ର ଏହି ଭିଡିଓରେ ଗୀତର କିଛି ଭାବପ୍ରବଣପୂର୍ଣ୍ଣ ଧାଡ଼ିକୁ ନେଇ ନିଜର ଅଭିନୟ ଜରିଆରେ ଦର୍ଶକଙ୍କୁ ଆକୃଷ୍ଟ କରିବେ କିଙ୍ଗ୍‌ଖାନ୍‌। ଜାଣିବାକୁ ମିଳିଛି ଯେ ଶାହରୁଖ ମୁମ୍ବାଇରେ ଏହି ଭିଡିଓର କିଛି ଅଂଶ ସୁଟିଂ କରି ଦେଇଛନ୍ତି।

By amfnews

Related Post