Tue. Mar 10th, 2026

ପୁରୀକୁ ଆହୁରି ସୁନ୍ଦର କରାଯିବ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

188 Views

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ମଧ୍ୟାହ୍ନ ୧୨ଟା ସମୟରେ ସେ ଶ୍ରୀମନ୍ଦିରରେ ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଂହଦ୍ୱାରରେ ଦ୍ୱୀପ ପ୍ରଜ୍ଜ୍ବଳନ କରିଥିଲେ ।

ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସହିତ କହିଲେ ଯେ ସେ ମହାପ୍ରଭୁଙ୍କ ଦର୍ଶନ କରି ଖୁବ୍ ଖୁସି। ଆଗକୁ ପୁରୀକୁ ଆହୁରି ସୁନ୍ଦର କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବିତ ପ୍ରକଳ୍ପର ମ୍ୟାପ୍ ଦେଖିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୫‘ଟି’ ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ପୁରୀ ଗସ୍ତରେ ଯାଇଥିଲେ।
ମନ୍ଦିର ଭିତରେ ପ୍ରାୟ ୨୦ମିନିଟ୍ ସମୟ ରହିବା ପରେ ପୁରୀରେ ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ନୂଆବର୍ଷରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ଚଳିତ ଥର ଭିଣୋଇଙ୍କ ଦେହାନ୍ତ କାରଣରୁ ନୂଆ ବର୍ଷରେ ପୁରୀ ଯାଇ ପାରି ନ ଥିଲେ କି ମହାପ୍ରଭୁଙ୍କ ଦର୍ଶନ କରିପାରି ନ ଥିଲେ ।

By amfnews

Related Post