Tue. Mar 10th, 2026

ପୁରୀ ସମୁଦ୍ରରେ ଭାସି ଯାଉଥିଲେ ନୀଳାବତି; ଉଦ୍ଧାର କଲେ ଲାଇଭଗାର୍ଡ

152 Views

ପୁରୀ : ପୁରୀ ସମୁଦ୍ରରେ ଭାସିଯାଉଥିବା ବେଳେ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଲାଇଫ୍ ଗାର୍ଡ। ତାଙ୍କ ନାଁ ନିଳାବତୀ ସାହୁ। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ।

ଆଜି ସକାଳେ ନିଳାବତୀ ପୁରୀ ସମୁଦ୍ରକୁ ପରିବାର ସହ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ୧୦୦ ମି.ମି ଦୂରକୁ ଭାସି ଯାଇଥିଲେ। ତେବେ ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫଗାର୍ଡ ମହିଳାଜଣଙ୍କ ଭାସି ଯାଉଥିବା ଦେଖିଥିଲେ। ସେମାନେ ସଙ୍ଗେ ସଙ୍ଗେ ପାଣିକୁ  ଡେଇଁ ପଡ଼ିଥିଲେ। ଟ୍ୟୁବ୍‌ ମାଧ୍ୟମରେ ନିଳାବତୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା  ନିଳାବତୀ ସୁସ୍ଥ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ଜଣେ ଯୁବକ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ। ଲାଇଫଗାର୍ଡମାନେ ତାଙ୍କୁ  ଉଦ୍ଧାର କରିଥିଲେ।

By amfnews

Related Post