Fri. Mar 6th, 2026

ପୁଣି ୨ଜଣଙ୍କର ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

337 Views

ଭୁବନେଶ୍ବର: ରାଜ୍ୟରେ ଆଜି ୨୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପୁଣି ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ଯେ ଓଡ଼ିଶାର ଆଉ ଦୁଇଜଣ କୋଭିଡ-୧୯ ଆକ୍ରାନ୍ତ ୨ଜଣ ମୃତ୍ୟୁବରଣ କରିଛନ୍ତି।

ଉଭୟଙ୍କ ଭିତରୁ ଜଣେ ହଟସ୍ପଟ୍ ଗଞ୍ଜାମ ଜିଲ୍ଲାରୁ ଜଣଙ୍କର ହୋଇଥିବାବେଳେ ଆରଜଣକ ଅନୁଗୁଳ ଜିଲ୍ଲାର। ଏହା ଅନୁଗୁଳ ଜିଲ୍ଲାର ପ୍ରଥମ କରୋନାଜନିତ ମୃତ୍ୟୁ ମାମଲା । ଏଣେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୫ ଛୁଇଁଛି। କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଉଭୟ ରୋଗୀଙ୍କ ମୃତ୍ୟୁ ଘଟିଥିଲା।
ଗଞ୍ଜାମ ଜିଲ୍ଲାର ୪୯ ବର୍ଷ ବୟସ୍କ ପୁରୁଷ ଏବଂ ଅନୁଗୁଳ ଜିଲ୍ଲାର ୫୭ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ବିଷୟରେ ସୂଚନା ଦେବା ସହିତ ଏଥି ପାଇଁ ଦୁଃଖିତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି।

ଗତ ୨୪ଘଣ୍ଟା ମଧ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ହେତୁ ଓଡ଼ିଶାରେ ଏହି ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ଏବଂ ଚିକିତ୍ସାରେ ଥିବା ଅନ୍ୟ ଜଟିଳତା ହେତୁ ୮ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ,  ଗତକାଲି ଗଞ୍ଜାମ ଜିଲ୍ଲାରୁ ଦୁଇଟି ମୃତ୍ୟୁ ମାମଲା ରୁଜୁ ହୋଇଥିଲା।

By amfnews

Related Post