Wed. Nov 27th, 2024

ପୁଣି ସୋସିଆଲ୍‌ ମିଡ଼ିଆରେ ଘୁରି ବୁଲିଲା ଶ୍ରୀମନ୍ଦିର ଭିତର ଫଟୋ

By amfnews Nov 4, 2018 #Featured
118 Views

ପୁରୀ, ନଭେମ୍ବର ୪ : କଡ଼ା କଟକଣା ଏବଂ ପ୍ରଶାସନର କଡ଼ା ସୁରକ୍ଷା ସତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେଉଥିବା ନଜର ଆସୁଛି । ଆଜି ପୁଣି ଥରେ ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ସୋସିଆଲ୍‌ ମିଡ଼ିଆରେ ଘୁରି ବୁଲୁଛି । ଭାଇରାଲ କରିଛନ୍ତି ଦିଲ୍ଲୀର ଜଣେ ମହିଳା ପର୍ଯ୍ୟଟକ । ମହିଳା ଜଣକ ହେଲେ ମେଘା ଲୁଥ୍ରା ।  ସେ ଇଣ୍ଡିଗୋ ଏୟାରଲାଇଇନ୍ସର କ୍ୟାବିନ କ୍ରିଉ କର୍ମଚାରୀ ଭାବରେ କାର୍ଯ୍ୟ କରନ୍ତି ।

ମେଘାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ସାତ ପାହାଚ ନିକଟର ଫଟୋ ଗତକାଲି ପୋଷ୍ଟ୍‌ କରାଯାଇଛି । କଡ଼ା ସୁରକ୍ଷା ସତ୍ୱେ ସେ ଶ୍ରୀମନ୍ଦିର ଭିତରକୁ ମୋବାଇଲ କେମିତି ନେଲେ ସେ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତନାଘନା ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ତଳେ ଜଣେ ପୋଲିସ ଅଧିକାରୀ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ କରିଥିଲେ । ତାଙ୍କୁ କାର୍ଯ୍ୟରୁ ନିଲମ୍ବନ ମଧ୍ୟ କରାଯାଇଥିଲା ।

By amfnews

Related Post