Wed. Mar 11th, 2026

ପୁଣି ଲଜ୍ଜା, ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

140 Views

ବାଲିଗୁଡ଼ା  : କନ୍ଧମାଳ ଜିଲ୍ଲା ବେଲଘରରେ ଥିବା ଏକ ସରକାରୀ ସେବାଶ୍ରମରେ ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସେବାଶ୍ରମର ପ୍ରଧାନ ଶିକ୍ଷକ ସତ୍ୟବାନ ସିଂ ବେଲଘର ଥାନାରେ ଅଭିଯୋଗ କରିଛନ୍ତି। ଛାତ୍ରୀ ଜଣଙ୍କ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି।

ଏହି ଘଟଣାରେ ପୁଲିସ୍‌ ଗତକାଲି ଜଣେ କଲେଜ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ଅମୂଲ୍ୟ ପ୍ରଧାନୀ। ତାଙ୍କୁ ୨୦ ବର୍ଷ ହେବ ବୋଲି ପୁଲିସ୍ କହିଛି।

ଛାତ୍ରୀ ଜଣଙ୍କ ସରକାରୀ ସେବାଶ୍ରମରେ ରହି ପାଠ ପଢ଼ନ୍ତି। ତେବେ ତାଙ୍କ ଦେହ ବାରମ୍ବାର ବାରମ୍ବାର ଖରାପ ହେଉଥିଲା। ତେଣୁ ସ୍କୁଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେ ଚାରି ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଅଭିଯୁକ୍ତ ଅମୂଲ୍ୟ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଛାତ୍ରୀ ଜଣଙ୍କ କହିଛନ୍ତି। ଛାତ୍ରୀ ଜଣଙ୍କ ୪ ମାସର ଗର୍ଭବତୀ ଥିବାରୁ ତାଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି।

By amfnews

Related Post