Fri. Dec 27th, 2024

ପୁଣି ମୟୁରଭଞ୍ଜରେ ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଆଠଗଡ଼ାରେ ହାତୀ ଶିକାରୀ ଗିରଫ

By amfnews Nov 15, 2018 #Featured
155 Views

ମୟୁରଭଞ୍ଜ, ନଭେମ୍ବର ୧୫ : ଗତ କିଛି ଦିନ ତଳେ ଢେଙ୍କାନାଳରେ ବିଦ୍ୟୁତ ଆଘାତରେ ୭ ହାତୀ ମୃତ୍ୟୁ ଘଟଣା ରାଜ୍ୟକୁ ଜାତୀୟ ସ୍ତରରେ ନିନ୍ଦିତ କରିଥିବାବେଳେ ତଥାପି ବିନ ବିଭାଗ କି ବିଦ୍ୟୁତ ବିଭାଗ ଭିତରେ ଚେତା ପଶିନି । ପୁଣି ଏକ ଅନୁରୂପ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି । ବାରିପଦା ଉପଖଣ୍ଡ ଅଧିନସ୍ଥ ଦେଉଳି ରେଞ୍ଜର କେଉଟୁଣିମାରୀ ସନ୍ନିକଟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଯାଇଛି । ଅନ୍ୟପକ୍ଷରେ ଆଠଗଡ଼ରେ ଜଣେ ହାତୀ ଶିକାରୀକୁ ଗିରଫ କରିଛି ବନ ବିଭାଗ ।

ଦେଉଳି ରେଞର କେଉଟୁଣିମାରୀ ନିକଟରେ ଏକ ଦନ୍ତା ହାତୀର ମୃତ ଦେହ ଉଦ୍ଧାର ହୋଇଛି । ଦନ୍ତାର ବୟସ ୧୬/୧୭ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ ହୋଇଥିବା ଲୋକ ଅଭିଯୋଗ କରିଛନ୍ତି । ବିଦ୍ୟୁତ ତାରକୁ ସଜାଡିବାକୁ ବନବିଭାଗ ପକ୍ଷରୁ ବିଦ୍ୟୁତ ବିଭାଗକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏହାକୁ ବିଦ୍ୟୁତ ବିଭାଗ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଏନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି । ତେବେ ଗତକାଲି କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ମୁଖ୍ୟମନ୍ତ୍ରୀ ଚିଠି ଲେଖ ହାତୀ ସୁରକ୍ଷା ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କହିଥିଲେ । ଏହା ସହିତ ୨୦୧୧ରୁ ୨୦୧୭ ମଧ୍ୟରେ ୧୨୪ଟି ହାତୀ ବିଦ୍ୟୁତ ଆଘାତରେ ମରିଛନ୍ତି ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ ।

ଅନ୍ୟପକ୍ଷରେ ଆଠଗଡ ଅଂଚଳରୁ ଜଣେ ହାତୀ ଶିକାରୀ ମାଟିଆ ସ୍ୱାଇଁକୁ ବନ ବିଭାଗ ଗିରଫ କରିଛି । ତା’ ଠାରୁ ଗୋଟିଏ ଦେଶୀ ବନ୍ଧୁକ ସହ ହରିଣ ଶିଙ୍ଗ ମଧ୍ୟ ଜବତ କରାଯାଇଛି । ଏହି ଶିକାରୀ ଜଣକ ଆଠଗଡ ରେଂଜରେ ଶିକାରରେ ସଂପୃକ୍ତି ରହିଥିବାବେଳେ ବଡମ୍ବା ଓ ନରସଂହପୁର ଅଂଚଳରେ ମଧ୍ୟ ହାତୀ ଶିକାରରେ ସଂପୃକ୍ତ ରହିଥିବା ଅଭିଯୋଗ ହୋଇଛି । ସେ ହାତୀ ଶିକାର କରି ମୂଲ୍ୟବାନ ଅଂଙ୍ଗଗୁଡିକୁ ଚଢା ଦାମରେ ବିକ୍ରି କରୁଥିଲା । ସେ ହାତୀ ଦାନ୍ତକୁ ପ୍ରାୟ ୫୦ ହଜାରରୁ ୧ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି କରି ଦେଇଥିବା ସୂଚନା ମିଳିଛି ।

By amfnews

Related Post