Sat. Nov 23rd, 2024

ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର

By amfnews Jan 19, 2021 #Featured
132 Views

ନୂଆଦିଲ୍ଲୀ, ଜାନୁଆରୀ ୧୯ : ଘରୋଇ ବଜାରରେ ପେଟ୍ରୋଲ.ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲକୁ ପୁଣି ବୃଦ୍ଧି କରିଛନ୍ତି।

ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ମହଙ୍ଗା ହୋଇଛି। ଦିଲ୍ଲୀରେ ପେଟ୍ରୋଲର ନୂତନ ମୂଲ୍ୟ ଲିଟର ପିଛା ୮୫.୨୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦର ହେଉଛି ୮୮.୯୨ ଟଙ୍କା। ଏଥି ସହିତ ଦିଲ୍ଲୀରେ ଡିଜେଲ ମୂଲ୍ୟରେ ଲିଟର ପିଛା ୨୫ ପଇସା ବୃଦ୍ଧି କରିବାକୁ ତୈଳ କମ୍ପାନୀଗୁଡିକ ଘୋଷଣା କରିଛନ୍ତି। ବର୍ତ୍ତମାନ ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୭୫.୩୮ ଟଙ୍କାକୁ ବୃଦ୍ଧି କରାଯାଇଛି।

୧୯ ଜାନୁଆରୀରେ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଡିଜେଲ ମୂଲ୍ୟ।

– ଭୁବନେଶ୍ୱର ପେଟ୍ରୋଲ ହେଉଛି ୮୮.୯୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୨.୧୩ ଟଙ୍କା।

– ଦିଲ୍ଲୀ ପେଟ୍ରୋଲ ହେଉଛି ୮୫.୨୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୫.୩୮ ଟଙ୍କା।

– ମୁମ୍ବାଇ ପେଟ୍ରୋଲର ମୂଲ୍ୟ ୯୧.୮୦ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୨.୧୩ ଟଙ୍କା।

– କୋଲକାତା ପେଟ୍ରୋଲ ହେଉଛି ଲିଟର ପିଛା ୮୬.୬୩ ଟଙ୍କା ଏବଂ ଡିଜେଲ ୭୮.୯୭ ଟଙ୍କା।

– ଚେନ୍ନାଇ ପେଟ୍ରୋଲ ହେଉଛି ୮୭.୮୫ ଟଙ୍କା ଏବଂ ଡିଜେଲ ହେଉଛି ୮୦.୬୭ ଟଙ୍କା।

By amfnews

Related Post