Sat. Nov 2nd, 2024

ପୁଣି ଦୁଲୁକିଲା ରାଜଧାନୀ ରାଜରାସ୍ତା, ଆରମ୍ଭ ହେଲା ପଥୋତ୍ସବ

By amfnews Dec 2, 2018 #Featured
160 Views

ଭୁବନେଶ୍ୱର, ଡିସେମ୍ବର ୨: ପୁଣି ଥରେ ଦୁଲୁକିଛି ରାଜଧାନୀ ରାଜରାସ୍ତା । ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପଥୋତ୍ସବର ତୃତୀୟ ସଂସ୍କରଣ । ଦୀର୍ଘଦିନର ବ୍ୟବଧାନ ପରେ ପଥୋତ୍ସବକୁ ଉଦଘାଟନ କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ନଗର ଉନ୍ନୟନ ମନ୍ତ୍ରୀ ନୀରଞ୍ଜନ ପୂଜାରୀ । ଏହା ତିନି ସପ୍ତାହ ଧରି ଚାଲିବ ବୋଲି ସୂଚନା ମିଳିଛି ।

ଆଜି ସକାଳ ୬ଟାରୁ ମାଷ୍ଟର କ୍ୟାଂଟିନ ଠାରୁ ରାମମନ୍ଦିର ପର୍ଯ୍ୟନ୍ତ ନାଚଗୀତର ଆସର ବେଶ ଜମିଥିଲା । ଶୀତୁଆ ସକାଳରେ ସାଇକେଲିଂ, ସ୍କେଟିଙ୍ଗ ଇତ୍ୟାଦି ସହ ମନୋରଂଜନ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ଦର୍ଶକ । ଭୁବନେଶ୍ୱରରେ ପୁରୁଷ ବିଶ୍ୱ କପ ହକି ଚାଲିଥିବାବେଳେ ହକିପ୍ରେମୀଙ୍କ ମନୋରଂଜନ ପାଇଁ ପଥୋତ୍ସବ ଆରମ୍ଭ ହୋଇଛି ।

ସେହିପରି ଗଂଜାମ ଜିଲ୍ଲା ଆସିକାରେ ପ୍ରଥମ ଥର ପାଇଁ ପଥୋତ୍ସବ ଆରମ୍ଭ ହୋଇଛି । ଏନ୍‌ଏସି ପକ୍ଷରୁ ଆୟୋଜନ କରାଯାଇଛି । ଏକ ବିରାଟ ପଟୁଆରରେ ପଥୋତ୍ସବର ପ୍ରଚାର ଓ ପ୍ରସାର କରାଯାଇଥିଲା । ଏଥିରେ ବିଭିନ୍ନ ସାଂସ୍କୁତିକ କାର୍ଯ୍ୟକ୍ରମ ସହ ପ୍ରତିଯୋଗିତା କରାଯାଇଥିଲା । ଏହାକୁ ଦେଖିବାକୁ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା ।

By amfnews

Related Post