Mon. May 19th, 2025

ପୁଣି ଚର୍ଚ୍ଚାରେ ବିଧାୟକ ତାରାପ୍ରସାଦ ବାହିନୀପତି, ଗାୟକ ସାଜି ଗାଇବେ ‘ଆପଣମାନେ ଖୁସି ତ?

By amfnews Dec 29, 2019 #Featured
163 Views

ଭୁବନେଶ୍ୱର  : କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନୂଆ ରୂପ ଦେଖିବାକୁ ମିଳିଛି। କଳା ଜଗତରେ ସେ ପାଦ ଥାପିଛନ୍ତି। ଆଉ ଗାଇଛନ୍ତି ଏକ ମନଛୁଆଁ ଗୀତ। ବର୍ତ୍ତମାନର ରାଜନୈତିକ ଓ ସାମାଜିକ ସ୍ଥିତିକୁ ନେଇ ପ୍ରସ୍ତୁତ ହୋଇଥିବା ଏକ ବ୍ୟଙ୍ଗାତ୍ମକ ଗୀତରେ ସେ କଣ୍ଠଦାନ କରିଛନ୍ତି। ଭୁବନେଶ୍ୱରରେ ଏହି ଗୀତର ରେକର୍ଡିଂ କରାଯାଇଛି। ‘କେ ଓ୍ୱାନ୍ ଲାଇଭ୍‌’ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ଗୀତକୁ ତାରାଙ୍କ ସାଥିରେ ଗାୟିକା ମୋନାଲି ଗାଇଛନ୍ତି। ଖୁବ୍‌ଶୀଘ୍ର ଏହି ଗୀତ ଆଲବମ୍ ଆକାରରେ ବଜାରରେ ଉପଲବ୍ଧ ହେବ ବୋଲି ପ୍ରଯୋଜକଙ୍କ ତରଫରୁ କୁହାଯାଇଛି।

ଏନେଇ ତାରାପ୍ରସାଦ ବାହିନୀପତି କହିଛନ୍ତି, “ରାଜନୀତି ଗୋଟେ କଳା। ଆଉ ଗୀତ ଗାଇବା ଓ ନାଚିବା ବି ଗୋଟିଏ କଳା। ଯାହାଦେହରେ କଳା ଅଛି ସେ ନିଶ୍ଚିତ ଭାବରେ ଯେକୌଣସି ପରିସ୍ଥିତିରେ ମୁକାବିଲା କରିପାରିବ।”

ସେହିପରି ଗାୟିକା ସୋନାଲି କହିଛନ୍ତି, “ଏହି ଗୀତ ଗାଇବାକୁ ବେଶୀ ଉତ୍ସାହିତ ଥିଲି। ଭାଲୁ ଅଙ୍କଲ୍‌ଙ୍କ ସହ ଗାଇ ବହୁତ ଭଲ ଲାଗିଲା। ମଜା କରି ଆମେ ଗୀତ ଗାଇଛୁ।”

By amfnews

Related Post