Tue. May 13th, 2025

ପୁଣି ଚର୍ଚ୍ଚାରେ ଓଲିଉଡର ନୂଆ ଟିନଏଜର ନାୟିକା ମହିମା

By amfnews Jun 9, 2019 #Featured
161 Views

ଭୁବନେଶ୍ବର: ଓଲିଉଡର ନୂଆ ଟିନଏଜର ନାୟିକା ମହିମାଙ୍କୁ ଏବେ ଆଉ ଏକ ଓଡ଼ିଆ ସିନେମାରେ କାମ କରୁଛନ୍ତି। ମହିମା ଏବେ ଯେଉଁ ସିନେମାରେ କାମ କରୁଛନ୍ତି, ତାର ଟାଇଟଲ୍‌ ହେଲା ‘ତୁମେ ମୋ’ ଶଙ୍ଖା ,ତୁମେ ମୋ’ ସିନ୍ଦୁର’।ଏହି ଓଡ଼ିଆ ଫିଲ୍ମରେ ମହିମା ପ୍ରଥମ ଥର ପାଇଁ ଓଲିଉଡର ହ୍ୟାଣ୍ଡସମ୍‌ ହିରୋ ଅଭିଷେକ ରଥଙ୍କ ବିପକ୍ଷରେ ନାୟିକା ବନିଛନ୍ତି।

ଏଥିରେ ଅବଶ୍ୟ ଆଉ ଜଣେ ନାୟିକା ବି ଅଛନ୍ତି। ସେ ହେଲେ ଅଙ୍କିତା,ଯାହାଙ୍କୁ ଦର୍ଶକ ‘ମିଠା ମିଠା’ଏବଂ ‘ମନ ଖାଲି ତତେ ଚାହେଁ’ଭଳି ସିନେମାରେ ଫିମେଲ୍‌ ଲିଡ୍‌ରେ ଦେଖିବାକୁ ପାଇଛନ୍ତି।
‘ତୁ ମୋ’ ଶଙ୍ଖା ,ତୁମେ ମୋ’ ସିନ୍ଦୁର’ରେ ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ମଧ୍ୟ ଦେଖିବାକୁ ମିଳିବ।ଏହି ସିନେମା ଏକ ତ୍ରିକୋଣୀୟ ପ୍ରେମକାହାଣୀ ଉପରେ ଆଧାରିତ। ଏହାର କାହାଣୀ,ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରଣଜିତ ବାରିକ।
‘ତୁ ମୋ’ ଶଙ୍ଖା ,ତୁମେ ମୋ’ ସିନ୍ଦୁର’ର ପ୍ରଯୋଜନା କରୁଛନ୍ତି ଡକ୍ଟର ବଦ୍ରିନାଥ ପଟ୍ଟନାୟକ। ଏହାର ସଂଳାପ ଲେଖିଛନ୍ତି ସରୋଜ ସାମଲ। ଅଭିଜିତ ମଜୁମଦାର ଏହି ସିନେମାର ସଂଗୀତ ନିର୍ଦ୍ଦେଶକ। ଏବେ ଏହି ସିନେମାର ସୁଟିଂ ଏବେ ଜୋରସୋରରେ ଚାଲିଛି।
ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ଚାଲ୍‌ ଟିକେ ଦୁଷ୍ଟ ହେବା’ରେ ପ୍ରଥମେ ଦେଖା ଦେଇଥିଲେ ମହିମା। ଏଥିରେ ତାଙ୍କର ନାୟକ ଥିଲେ ନବାଗତ ରିସାନ୍‌।

By amfnews

Related Post