Fri. Dec 27th, 2024

ପୁଣି କୋଲକାତାରେ ଭାଙ୍ଗିଲା ପୋଲ, ରାଜ୍ୟରେ ୨୦ଟି ପୋଲ ଅସୁରକ୍ଷିତ ଥିବା ମାନିଲେ ମମତା

By amfnews Sep 7, 2018 #Featured
221 Views

କୋଲକାତା, ସେପ୍ଟେମ୍ବର ୭:

କୋଲକାତା ମାଝେରହାଟ ଅଂଚଳରେ ମଙ୍ଗଳବାର ଦିନ ହୋଇଥିବା ପୋଳ ଭୁଷୁଡିବା ଘଟଣା ପରେ ଆଜି ସିଲିଗୁଡି ଅଂଚଳରେ ମଧ୍ୟ ଆଉ ଏକ ପୋଲ ଭାଙ୍ଗି ଯାଇଛି । ପୋଲ ଉପରେ ଏକ ଟ୍ରକ ଫସି ହୋଇ ରହିଛି । ତେବେ ଏହି ଦୁର୍ଘଟଣାରେ କୌଣସି ମୃତାହତ ହୋଇଥିବା ଖବର ଆସିନାହିଁ ।

ଏହି ଅଘଟଣା ପୂର୍ବରୁ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କି, କୋଲକାତା ଏବଂ ହାଓଡାରେ ପ୍ରାୟ ୨୦ଟି ଏପରି ପୋଲ ରହିଛି ଯାହା ଅସୁରକ୍ଷିତ । କାରଣ ଏହା ଏକ୍ସପାୟରୀ ତାରିଖ ପାର୍ କରି ସାରିଛି । ଏହି ପୋଲ ଉପରେ ମମତା ୧୦ ଏବଂ ୨୦ ଚକିଆ ଟ୍ରକ୍ ଚଳାଚଳ ନେଇ ପ୍ରତିବନ୍ଧକ ଲଗାଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି, ସନ୍ତରାଗଛି, ଅଲଟଡଙ୍ଗା, ସିଲାୟଦହ, ବେଗ୍ଲାଛିୟା ଏବଂ ଢକୁରିଆ ଆଦି ଅଂଚଳରେ ଥିବା ଅନେକ ପୋଲର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏହା ସତ୍ୱେ ମଧ୍ୟ ପୋଲ ଉପର ଦେଇ ଯାନ ବାହନ ଚଳାଚଳ କରୁଛି । ସାଧାରଣତଃ ପୋଲ ଗୁଡିକର ବୟସ ୫୦ ବର୍ଷ ହୋଇଥାଏ ବୋଲି ଜଣେ ଯନ୍ତ୍ରୀ କହିଛନ୍ତି ।

ବାରମ୍ବାର ଅଘଟଣ ପରେ ମମତା ବିଭିନ୍ନ ଅସୁରକ୍ଷିତ ପୋଲ ଉପରେ ଭାରି ଯାନ ଚଳାଚଳ ନେଇ ରୋକ ଲଗାଇଛନ୍ତି । ଏହା ବ୍ୟତୀତ ଟ୍ରକ ଏବଂ ଓଭର ଲୋଡିଂ ସାମଗ୍ରୀ ଉପରେ ନଜର ରଖାଯିବ । ଏପରି କି ୧୫ ଟନର ସାମଗ୍ରୀ ନେଇ ଯାଉଥିବା ଯାନ ଉପରେ ରୋକ୍ ଲଗାଇବା ପାଇଁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

By amfnews

Related Post