Sat. Mar 7th, 2026

ପୁଅ ଭାଙ୍ଗିଲା ଟ୍ରାଫିକ୍‌ ନିୟମ; ବାପା ଦେଲେ ଫାଇନ୍‌

168 Views

କଟକ : ପୁଅ ଭାଙ୍ଗିଲା ଟ୍ରାଫିକ୍‌ ନିୟମ। ବାପା ଗଣିଲେ ତଣ୍ଡ। ଟ୍ରାଫିକ୍ ନିୟମ ଆଜି ସାରା ରାଜ୍ୟରେ କଡ଼ାକଡ଼ି ହେବା ପରେ କଟକରେ ଏପରି ଏକ ଘଟଣା ଘଟିଛି। କଟକ ମଧୁପାଟଣା ଛକରେ ଜଣେ ନାବାଳକ ବାଇକ୍‌ ଚଳାଉଥିବା ଅଭିଯୋଗରେ ତାଙ୍କ ବାପାଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି।

ଖାନ୍ ନଗର ଅଞ୍ଚଳର ଏହି ନାବାଳକ ବିନା କୌଣସି ପ୍ରମାଣ ପତ୍ରରେ ବାଇକ୍‌ ଚଲାଉଥିଲେ। ଗାଡ଼ି ଚଲାଇବା ବେଳେ ଫୋନ୍‌ରେ କଥା ହେବା ସହ ହେଲମେଟ୍ ବି ପିନ୍ଧି ନଥିଲେ। ଏହା ଦେଖି ଟ୍ରାଫିକ୍ ପୁଲିସ୍ ତାଙ୍କ ବାପା ସୁରେନ୍ଦ୍ର କୁମାର ସାହୁଙ୍କୁ ଡାକି ୬ ହଜାର ଟଙ୍କା ଚାଲାଣ କାଟିଛି।

ସୂଚନାଯୋଗ୍ୟ, ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍, ପଲ୍ୟୁସନ୍ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ି ଦେଲେ ଅନ୍ୟ ସବୁ କ୍ଷେତ୍ରରେ ନୂଆ ଟ୍ରାଫିକ୍ ନିୟମକୁ ଆଜିଠୁ ସାରା ରାଜ୍ୟରେ କଡ଼ା କ଼ଡ଼ି ଭାବେ ଲାଗୁ କରାଯାଇଛି।

By amfnews

Related Post