Sun. Jun 8th, 2025

‘ପୁଅ ପାଇଁ ମୁଁ ଗର୍ବିତ’ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ଥିଲେ କର୍ଣ୍ଣେଲ

By amfnews Jun 17, 2020 #Featured
197 Views

ନୂଆଦିଲ୍ଲୀ  : ପୂର୍ବ ଲଦାଖ୍‌ରେ ଭାରତ-ଚୀନ୍‌ ସେନା ମଧ୍ୟରେ ଗତରାତିରେ ହୋଇଥିବା ସଂଘର୍ଷରେ ୧୪ ବିହାର ରେଜିମେଣ୍ଟ୍‌ର କମାଣ୍ଡିଂ ଅଫିସର କର୍ଣ୍ଣେଲ ବି. ସନ୍ତୋଷ ବାବୁ ସହିଦ ହୋଇଛନ୍ତି। ଦେଢ଼ ବର୍ଷ ତଳେ ଗଲୱାନ ଘାଟିରେ କର୍ଣ୍ଣେଲ ସନ୍ତୋଷଙ୍କ ମୁତୟନ ହୋଇଥିଲା। କର୍ଣ୍ଣେଲ ସନ୍ତୋଷଙ୍କ ପତ୍ନୀ ଏବଂ ଦୁଇ ସନ୍ତାନ ଅଛନ୍ତି। କର୍ଣ୍ଣେଲ ସନ୍ତୋଷ ବାବୁ ତେଲେଙ୍ଗାନାର ସୁର୍ଯ୍ୟପେଟ୍‌ ଜିଲ୍ଲା ବାସିନ୍ଦା ବୋଲି ଜଣାପଡ଼ିଛି। ହାବିଲଦାର ପଲାନୀ ତାମିଲନାଡ଼ୁ ବାସିନ୍ଦା ହୋଇଥିବା ସିପାହୀ କୁନ୍ଦ ଝା ଝାଡ଼ଖଣ୍ଡର ବୋଲି ଜଣାପଡ଼ିଛି। କର୍ଣ୍ଣେଲ ସନ୍ତୋଷଙ୍କ ମା’ କହିଛନ୍ତି, ଆଜି ଅପରାହ୍ନରେ ପୁଅ ଦେଶପାଇଁ ଜୀବନ ଦେଇଥିବା ଜାଣିଲି। ସେ ମୋର ଏକମାତ୍ର ପୁଅ ଥିବାରୁ ମୁଁ ଏବେ ଦୁଃଖୀ, କିନ୍ତୁ ଦେଶର ସୁରକ୍ଷା ପାଇଁ ପୁଅ ସହିଦ ହୋଇଥିବାରୁ ମୁଁ ଗର୍ବିତ।’ ଗଲୱାନ ଘାଟିରେ ଚୀନ୍‌ ସେନାର ଅତର୍କିତ ଆକ୍ରମଣର ମୁକାବିଲା ବେଳେ କର୍ଣ୍ଣେଲ ସନ୍ତୋଷଙ୍କ ସହ ସହିଦ ହୋଇଥିବା ଅନ୍ୟ ୨ ଜଣ ଯବାନଙ୍କ ପରିଚୟ ମିଳିଛି। ସେମାନେ ହେଲେ ହାବିଲଦାର ପଲାନୀ ଏବଂ ସିପାହୀ କୁନ୍ଦନ ଓଝା।

By amfnews

Related Post