Sat. Mar 7th, 2026

ପିସିସି ସଭାପତି ପରିବର୍ତ୍ତନ ନେଇ ସକ୍ରିୟ ଗୋଷ୍ଠୀ ଆଜି ଦିଲ୍ଲୀ ଯିବେ

237 Views

ଭୁବନେଶ୍ବର : ପିସିସି ସଭାପତି ପରିବର୍ତ୍ତନ ନେଇ ସକ୍ରିୟ ହୋଇଥିବା ଗୋଟିଏ ଗୋଷ୍ଠୀର ସଦସ୍ୟମାନେ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ସୋମବାର ଦିଲ୍ଲୀ ଗସ୍ତ କରିବେ। ଆଜି ସେହି ଗୋଷ୍ଠୀର କିଛି ସଦସ୍ୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସରକାରୀ ବାସଭବନକୁ ଆଲୋଚନା ପାଇଁ ଯାଇଥିଲେ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ମିଶ୍ର ସକ୍ରିୟ ହୋଇଥିବା ଗୋଷ୍ଠୀ ସଦସ୍ୟମାନଙ୍କୁ ଦେଖା ଦେଇନାହାନ୍ତି। ଅନ୍ୟପଟେ ଗଣମାଧ୍ୟରେ ବିବୃତି ଦେଇ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ବିଶ୍ବଜିତ ଦାସ କହିଥିଲେ, ପିସିସି ସଭାପତି ପରିବର୍ତ୍ତନ ନେଇ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଆସନ୍ତାକାଲି ସନ୍ଧ୍ୟାରେ ୧୫ ଜଣିଆ ଟିମ୍ ନୂଆ ଦିଲ୍ଲୀ ଗସ୍ତ କରିବ। ଟିମ୍ ସଦସ୍ୟମାନେ ଗୋଟିଏ ସପ୍ତାହ ଧରି ଦିଲ୍ଲୀରେ ରହି ଏଆଇସିସିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ। ରାଜ୍ୟରେ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟଖସଡ଼ା ଉପରେ ଏଆଇସିସି ସଭାନେତ୍ରୀ ଓ ଅନ୍ୟନେତାଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଥିଲେ।

By amfnews

Related Post