Sat. Mar 7th, 2026

ପିଲାଙ୍କ ସହ ଖାଇ ସ୍କୁଲରେ ରାତି କଟାଇଲେ ମୁଖ୍ୟମନ୍ତ୍ରୀ

217 Views

ବାଙ୍ଗାଲୋର : ସ୍କୁଲ ପିଲାଙ୍କ ଗହଣରେ ଭୋଜନ କରିବା ସହ ସ୍କୁଲରେ ରାତି କଟାଇଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀ।
ଏହି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକର କୁମାର ସ୍ୱାମୀଙ୍କ ନିଜ ଗାଁ ରାୟଚୁରର ସରକାରୀ ସ୍କୁଲରେ। ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀ ନିଜ ଗାଁ ରାୟଚୁର ଗସ୍ତରେ ଯାଇଥିଲେ।

ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏପରେ ସେ ଅଚାନକ ରାୟଚୁରର ସରକାରୀ ସ୍କୁଲରେ ପହଞ୍ଚିଥିଲେ। ସେଠାରେ ପିଲାମାନଙ୍କ ସହ କଥା ହୋଇଥିଲେ ଓ ପିଲାଙ୍କୁ ପାଠ ମଧ୍ୟ ପଚାରି ବୁଝିଥିଲେ। ଏହାପରେ ପିଲାମାନଙ୍କ ଗହଣରେ ରାତ୍ରି ଭୋଜନ କରିବା ସହ ସେଠାରେ ରାତି କଟାଇଥିଲେ। କୁମାର ସ୍ୱାମୀଙ୍କ ସହ ତାଙ୍କ ପ୍ରଶାସନିକ ଅଧିକାରୀ ମଧ୍ୟ ଥିଲେ। ସେମାନେ ମଧ୍ୟ ପିଲାଙ୍କ ମାନଙ୍କ ସହ ମିଶି ଭୋଜନ କରିଥିଲେ।

By amfnews

Related Post