Sun. Mar 8th, 2026
290 Views

ବଲାଙ୍ଗିର : ବଲାଙ୍ଗିର ସହରରେ ଗତ ସନ୍ଧ୍ୟାରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଗତକାଲି ସନ୍ଧ୍ୟା ପ୍ରାୟ ୫ ଟାରେ ଶାନ୍ତିପଡା ଶିବ ମନ୍ଦିର ନିକଟରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ପଡିଥିବା ନେଇ ବଲାଙ୍ଗିର ଟାଉନ ଥାନା ପି.ସି.ଆରକୁ ସୂଚନା ମିଳିଥିଲା। ପି.ସି.ଆର ପୁଲିସ୍‌ ସେହି ଅଜଣା ବ୍ୟକ୍ତିଙ୍କୁ ଉଦ୍ଧାର କରି ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଚିହ୍ନ ରହିଛି।  ବେଶ ପୋଷାକରୁ ସେ ଜଣେ ମାନସିକ ଭିନ୍ନକ୍ଷମ ବୋଲି ଅନୂମାନ କରାଯାଉଛି। କୌଣସି କାରଣରୁ ତାଙ୍କୁ କେହି ଜଣେ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଟାଉନ ପୁଲିସ୍‌ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

By amfnews

Related Post