Sat. Mar 7th, 2026

ପିଜା ଡେଲିଭରୀ ବୟଙ୍କୁ କରୋନା, କ୍ୱାରେଣ୍ଟାଇନରେ ୭୨ ପରିବାର

250 Views

ନୂଆଦିଲ୍ଲୀ: ଲକଡାଉନ ଯୋଗୁ ସମସ୍ତ ରେଷ୍ଟୁରାଷ୍ଟ, ହୋଟେଲ ଓ ଢାବା ବନ୍ଦ ରହିଛି। ତେବେ ଖାଦ୍ୟ ଘରେ ପହଞ୍ଚାଇବାକୁ ଅନୁମତି ମିଳିଛି। ପିଜା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଲୋକମାନେ ଅର୍ଡର କରି ଖାଉଛନ୍ତି। ହେଲେ ବର୍ତ୍ତମାନ ଦିଲ୍ଲୀରେ ଏହି ଅର୍ଡର ଦିଆ ଖାଦ୍ୟ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି।

ଜଣେ ପିଜା ଡେଲରିଭରୀ ବୟଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଏହି କାରଣରୁ ସେ ପିଜା ଡେଲିଭରୀ କରିଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଦିଲ୍ଲୀର ମାଜିଷ୍ଟ୍ରେଟ ପିଜା ଡେଲିଭରୀ ବୟଙ୍କ ସଂସ୍ପର୍ଶରେ ଆସିଥିବା ୭୨ଟି ପରିବାରକୁ ଠାବ କରିଛନ୍ତି। ଏଥିସହ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପିଜା ଡେଲିଭରୀ ବୟଙ୍କ ବୟସ ୧୯। ସେ ଏପ୍ରିଲ ୧୨ ଯାଏ ଦକ୍ଷିଣ ଦିଲ୍ଲୀର ପ୍ରାୟ ୭୨ଟି ପରିବାର ଲୋକଙ୍କୁ ପିଜା ଦେଇଥିଲେ। ବିଶେଷ କରି ହାଉଜ ଖାସ, ମାଲବ୍ୟ ନଗର ଓ ସାବିତ୍ରୀ ନଗରରେ ଡେଲିଭରୀ ହୋଇଥିଲା। ଡେଲିଭରୀ ବୟ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି କ୍ୱାରେଣ୍ଟାଇନରେ ଥିବାର ୭୨ଟି ପରିବାର ଉପରେ ପ୍ରଶାସନ ନଜର ରଖିଛି। ଏହି ପିଜା ଡେଲିଭରୀ ବୟଙ୍କ ସଂସ୍ପର୍ଶରେ ପିଜା ଦେଉଥିବା ଆଉ ୨୨ ଜଣ ଆସିଥିଲେ। ସେମାନଙ୍କୁ ମଧ୍ୟ ଛତ୍ରପୁର ଠାରେ ଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଛି।

ଏହି ଡେଲିଭରୀ ବୟଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରୀ ନାହିଁ। ସେ କୌଣସି କରୋନା ସଂକ୍ରମିତ ପରିବାର ବର୍ଗଙ୍କୁ ପିଜା ଦେବା ବେଳେ ସଂକ୍ରମଣର ଶିକାର ହୋଇଥିବା ଆଶଙ୍କା କରାଯାଉଛି।

By amfnews

Related Post