Mon. Jun 9th, 2025

ପିଚକାରୀ ବନ୍ଧୁକ ଧରି କରୋନାଭାଇରସ୍ ସହ ଲଢୁଛନ୍ତି ମିସିଗାନ୍‌ର ପାଦ୍ରୀ

By amfnews May 18, 2020 #Featured
217 Views

ଡିଟ୍ରଏଟ୍: ଯୁକ୍ତରାଷ୍ଟ୍ର ଆମେରିକାର ମିସିଗାନ୍ ଅନ୍ତର୍ଗତ ଡିଟ୍ରଏଟ୍ ଅଞ୍ଚଳରେ ଜଣେ ରୋମାନ୍ କ୍ୟାଥୋଲିକ୍ ପାଦ୍ରୀ କରୋନାଭାଇରସ୍ ସମୟରେ ସାମାଜିକ ଦୂରତା ବଜାୟ ରଖିବା ନିମନ୍ତେ ଗୀର୍ଜାକୁ ଆସୁଥିବା ଲୋକଙ୍କ ଉପରକୁ ଏକ ପିଚକାରୀ ବନ୍ଧୁକରେ ପବିତ୍ର ଜଳ ପକାଉଛନ୍ତି।

ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ ‌କରାଯାଇଥିବା ଫଟୋରେ ଦେଖାଯାଉଛି ଇଷ୍ଟର୍ ଦିନ ସେଣ୍ଟ୍ ଏବ୍ରୋଜ୍ ଗୀର୍ଜା ପାହାଚ ପାଖରେ ଅଟକି ଥିବା ଗୋଟାଏ କାର୍ ଝରକାକୁ ପାଦ୍ରୀ ଟିମ୍ ପେଲ୍କ୍‌ ପବିତ୍ର ଜଳ ପିଚକାରୀ ମାରୁଛନ୍ତି। କରୋନାଭାଇରସ୍ ସଂକ୍ରମଣ ପ୍ରତି ଆହୁରି ସତର୍କତା ଅବଲମ୍ବନ କରି ସେ ମାସ୍କ, ଫେସ୍ ସିଲ୍ଡ୍‌ ଓ ରବର ଗ୍ଲୋଭ୍ସ ପିନ୍ଧିଛନ୍ତି।

ଗ୍ରସ୍ ପଏଣ୍ଟ୍ ପାର୍କରେ ଥିବା ଏହି ଗୀର୍ଜାର ପାଦ୍ରୀଙ୍କ ଫଟୋ ଅନ୍‌ଲାଇନ୍‌ରେ ବହୁତଗୁଡ଼ାଏ ମିମ୍ ପ୍ରେରିତ କରିଛି। ଗୋଟିଏ ମିମ୍‌ରେ ଦେଖାଯାଉଛି ଏହି ୭୦ ବର୍ଷିୟ ପାଦ୍ରୀ ନରକର ଅଗ୍ନିଶିଖା ମଧ୍ୟରେ ପିଶାଚ ଭଳି ଦିଶୁଥିବା ରୂପ ଆଡ଼କୁ ପିଚକାରୀ ବନ୍ଧୁକରେ ଲାଖ ବିନ୍ଧୁଛନ୍ତି।

ମହାମାରୀ ସତ୍ତ୍ବେ ଇଷ୍ଟର୍ ବାସ୍କେଟ୍‌ ବ୍ଲେସିଙ୍ଗ୍ ଚାଲୁ ରଖିବାକୁ ଏଭଳି ଉପାୟ କରାଯାଇଛି। ଫଟୋରେ ଦେଖାଯାଉଛି ହ୍ୟାଚ୍‌ବ୍ୟାକ୍ ଡୋର୍ ଖୋଲାଥିବା ଗୋଟାଏ କାର୍ ପଛରେ ପେଲ୍‌କ୍‌ ଛିଡ଼ା ହୋଇ ଫୁଲ ଚାଙ୍ଗୁଡ଼ା ଉପରକୁ ଜଳ ପିଚକାରୀ ମାରୁଛନ୍ତି।

ପେଲ୍କ୍‌ କହନ୍ତି ଆଖପାଖର ଲୋକେ ମହାମାରୀ ପ୍ରତି ଖୁବ୍ ସଚେତନ ଅଛନ୍ତି। ମିସିଗାନ୍‌ରେ କୋଭିଡ୍-୧୯ ଯୋଗୁଁ ପ୍ରାଣ ହରାଉଥିବା ଲୋକମାନଙ୍କ ପାଇଁ  ନିୟମିତ ଗୀର୍ଜାକୁ ଆସୁଥିବା ଲୋକେ ଗୀର୍ଜାରେ ନୀଳ ରିବନ୍ ବାନ୍ଧୁଛନ୍ତି।

କୋଭିଡ୍-୧୯ ସଂକ୍ରମଣ ଯୋଗୁଁ ମିସିଗାନ୍‌ରେ ମୃତ୍ୟୁସଂଖ୍ୟ ୫୦୦୦ ଛୁଇଁଲାଣି।

By amfnews

Related Post