Thu. Mar 12th, 2026

ପିଏମସି ଘୋଟାଲା, ମିଳୁନି ୧୦.୫ କୋଟିରୁ ଅଧିକ ଟଙ୍କାର ହିସାବ

146 Views

ମୁମ୍ୱାଇ  :  ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର ବ୍ୟାଙ୍କ ଘୋଟାଲାର ନୂଆ ତଥ୍ୟ ସାମ୍ନାକୁ ଆସିଛି। ନକଲି ଆକାଉଣ୍ଟ ଜରିଆରେ ଲୋନ୍ ନେଇଥିବା ଏଚଡିଆଇଏଲ ଏବଂ ତାର ସହଯୋଗୀ କମ୍ପାନୀ ଚେକ୍ ଜରିଆରେ କମ୍ପାନୀ ପାଖରୁ ମୋଟା ଅଙ୍କର ଟଙ୍କା ଉଠାଇଛି। ବଜାରରୁ ଶସ୍ତା ପନିପରିବା କଣିଲା ଭଳି ଏଚଡିଆଇଏଲ ମନ ଇଛା ବ୍ୟାଙ୍କକୁ ଚେକ୍ ଦେଇ ଟଙ୍କା ଉଠାଇଥିବା ଜଣାପଡ଼ିଛି। ହେଲେ ଏହି ଚେକ୍ ବ୍ୟାଙ୍କରେ ଡିପୋଜିଟ୍ ହୋଇନାହିଁ। ବ୍ୟାଙ୍କ ଘୋଟାଲା ପାଇଁ ଆରବିଆଇ ଦ୍ୱାରା ନିଯୁକ୍ତ ହୋଇଥିବା ତଦନ୍ତକାରୀ ଟିମ୍ ଏହି ତଥ୍ୟ ସାମ୍ନାକୁ ଆଣିଛି।

ଏହି ଟଙ୍କା ନେଣଦେଣ ପୂର୍ବତନ ଏମଡି ଜୟ ଥମାସଙ୍କ ସମୟରେ ହୋଇଛି ବୋଲି ଜଣାପଡ଼ିଛି। ତଦନ୍ତକାରୀ ଟିମ୍ ଉଭୟ ବ୍ୟାଙ୍କ ଏବଂ ଏଚଡିଆଇଏଲର ସମସ୍ତ ଚେକକୁ ଏକାଠି କରିବା ପରେ ଏହି ତଥ୍ୟ ପାଇଛି। ୧୦. ୫କୋଟିରୁ ଅଧିକ ଟଙ୍କା ଚେକ୍ ଜରିଆରେ ଏଚଡିଆଇଏଲ ପିଏମସି ବ୍ୟାଙ୍କରୁ ନେଇଛି ବୋଲି ଜଣାପଡ଼ିଛି। ଆହୁରି ୫୦ ଲକ୍ଷ ଟଙ୍କା ଥମାସ ନେଇଥିବା ସନ୍ଦେହ କରାଯାଉଛି। ଯାହାର କୌଣସି ପ୍ରମାଣ ଏଯାଏ ତଦନ୍ତ ଅଧିକାରୀଙ୍କ ହାତରେ ଲାଗିନଥିବା ଜଣାପଡ଼ିଛି।

୬୫୦୦ କୋଟିରୁ ଅଧିକ ଟଙ୍କାର ଏହି ଘୋଟାଲାରେ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ବାରୟାମ ସିଂହ, ପ୍ରବନ୍ଧ ନିର୍ଦ୍ଦେଶକ ଜୟ ଥମାସ ଏବଂ ଏଚଡିଆଇଏଲର ମାଲିକ ରାକେଶ ଧାଓ୍ୱନ ଏବଂ ସାରଙ୍ଗ ଧାଓ୍ୱନ ଗିରଫ ହୋଇଛନ୍ତି। ଗତକାଲିଠୁ ଜୟ ଥମାସ ୧୪ ଦିନିଆ ବିଚାରବିଭାଗୀୟ ହାଜତରେ ରହିଛନ୍ତି।

By amfnews

Related Post